ଭଞ୍ଜନଗର ୨୩।୦୪ : ଭଞ୍ଜନଗରରୁ ଅପହରଣ, ସୋରଡ଼ାରୁ ମିଳିଲା ମୃତଦେହ। ଭଞ୍ଜନଗରରୁ ଅପହୃତ ବ୍ୟବସାୟୀଙ୍କ ମୃତ ଦେହ ଠାବ ହୋଇଛି। ସୋରଡ଼ା ନିକଟ ଜଙ୍ଗଲରୁ ମିଳିଛି ଅପହୃତ ବ୍ୟବବସାୟୀ ସୁଧୀର ପାତ୍ରଙ୍କ ମୃତଦେହ। ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଛନ୍ତି।
ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ବ୍ୟବସାୟୀ ସୁଧୀର ପାତ୍ର ଅପହୃତ ହୋଇଥିବା ନେଇ ଗୋପାଳପୁର ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିଲା। ଗତକାଲି ସୋରଡ଼ା ଥାନା ଵାଲାପଙ୍କା ଗାଁ ନିକଟ ରଶିପଙ୍କାଳ ଠାରେ ପଡି ରହିଥିବା ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଠାବ କରିଥିଲା। ସେହି ମୃତଦେହ ଗୋପାଳପୁର ଥାନା କରାପଲିର ନିଖୋଜ ବିଶିଷ୍ଟ ବ୍ୟବସାୟୀ ସୁଧୀର ପାତ୍ର ବୋଲି ଜଣା ପଡିଛି। ଆଉ ଅପହରଣ ବେଳର ଭିଡ଼ିଓ ବି ସାମ୍ନାକୁ ଆସିଛି । ସୁଧୀରଙ୍କ ମୃତଦେହ ବୋଲି ଚିହ୍ନଟ କରିଛନ୍ତି ତାଙ୍କ ପରିବାର ଲୋକ।
ସେପଟେ ଆସିକା SDPO ସନ୍ତୋଷ ଜେନାଙ୍କ ସହ ମୃତକଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଚିହ୍ନଟ କରିଛନ୍ତି l ପରିବାର ଲୋକ ହାତ ବଳା ଓ ପିନ୍ଧିଥିବା ପୋଷାକରୁ ତାଙ୍କ ମୃତଦେହ ଚିହ୍ନଟ କରିଛନ୍ତି । ପରିତ୍ୟକ୍ତ ମୃତ ଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ପଠାଇଥିଲା ପୋଲିସ। ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ ।
ସୌଜନ୍ୟ Prameya News7

