ଭୁବନେଶ୍ୱର ୨୩।୦୪ : ଗୁରୁବାର ୨୭ଟି ବିଭାଗରେ ୪୬୨୩ ଜଣଙ୍କୁ ନିଯୁକ୍ତି ଦିଆଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ନିଯୁକ୍ତି ମେଳା ଏବର୍ଷର ପ୍ରଥମ ନିଯୁକ୍ତି ମେଳା ଏବଂ ବିଜେପି ସରକାରଙ୍କ ୧୫ତମ ନିଯୁକ୍ତି ମେଳା ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୪୧୧୩ଜଣଙ୍କୁ ନିଯୁକ୍ତି ପ୍ରଦାନ କାରଯିବ। ସେହିପରି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩, ଇସ୍ପାତ ଓ ଖଣି ବିଭାଗରେ ୭୭, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ ୭୦, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୫୨ ଏବଂ ଦକ୍ଷତା ବିକାଶ ବିଭାଗରେ ୧୪ଜଣଙ୍କୁ ନିଯୁକ୍ତି ଦିଆଯିବ ।
ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୨୫ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୧୧ଟି ବିଭାଗରେ ୧୫୪୩ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଗତ ଡିସେମ୍ବର ସୁଦ୍ଧା ସରକାର ୩୯ ହଜାର ୪୫୯ଜଣଙ୍କୁ ନିଯୁକ୍ତି ଦେଇସାରିଲାଣି । ନିଯୁକ୍ତିକୁ ମିଶାଇଲେ ସରକାର ୨୨ ମାସରେ ୪୪ ହଜାରରୁ ଅଧିକ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।
ସୌଜନ୍ୟ Prameya News7

