ଭୁବନେଶ୍ୱର ୨୨।୦୨ : IRS କ୍ବାର୍ଟର୍ସ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ IRS କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଜଣେ IRS ଅଫିସର ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ IRS ଅଫିସରଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସହିଦନଗର ଥାନା ପୋଲିସ I ଯୁବତୀଙ୍କର ଡାକ୍ତରୀମାଇନା କରାଯାଇଛି । ଏହାସହ ପୀଡିତାଙ୍କ ସମେତ ତିନି ଜଣଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ I ସେହିପରି ଜବତ ମୋବାଇଲକୁ ଫରେନ୍ସିକ୍ ଟେଷ୍ଟ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।
ଖବର ଅନୁଯାୟୀ, IRS କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି। ଅଭିଯୁକ୍ତ IRS ଅଫିସର ସତସଙ୍ଗ ବିହାର ଅଞ୍ଚଳରେ କ୍ବାର୍ଟର୍ସରେ ପରିବାର ସହ ରହୁଛନ୍ତି। IRS ଓ ତାଙ୍କ ପତ୍ନୀଙ୍କ ଦେହ ଖରାପ ଥିବା ସମୟରେ, ତାଙ୍କୁ ଭଉଣୀ ତାଙ୍କୁ ଦେଖିବାକୁ ଭୁବନେଶ୍ବର ଆସିଥିଲେ। ଆଉ ତାଙ୍କ ସହ ଆସିଥିଲେ କୁଜଙ୍ଗ ଅଞ୍ଚଳର ଆଉ ଜଣେ ଯୁବତୀ I
ଗତ ୧୫ ତାରିଖରେ ଆଇଆରଏସଙ୍କ ଭଉଣୀ ଓ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ। ତେବେ ଏହି ସମୟରେ ଉକ୍ତ ଯୁବତୀ ଜଣଙ୍କ ଘରେ ରହିଥିଲେ । ଆଇଆରଏସ ଅଫିସର ଜଣଙ୍କ ତାଙ୍କୁ ଲାପଟପରେ ମୁଭି ଦେଖିବାକୁ କହିଥିଲେ। କିନ୍ତୁ ମୁଭି ଦେଖାଇବା ବଦଳରେ ଅଶ୍ଳୀଳ ଭିଡିଓ ଦେଖାଇଥିଲେ। ତା’ପରେ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେ ପ୍ରତିବାଦ କରିବାରୁ ଆଇଆରଏସ ଅଫିସର ଜଣଙ୍କ ନିଜ ଫୋନରେ ପୂର୍ବରୁ ବାଥରୁମରେ ପୋଷାକ ବଦଳାଉଥିବାର ସବୁ ଦୃଶ୍ୟ ରେକଡିଂ କରିଥିବା କହିଥିଲେ। ଏବଂ ଏହି ଭିଡିଓକୁ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । ଯୁବତୀ ଜଣଙ୍କ ଡରି ଯାଇଥିଲେ। ହେଲେ ମଉକା ଦେଖି ଆଇଆରଏସ୍ କ୍ବାର୍ଟର୍ସରୁ ଖସି ପଳାଇଥିଲେ। ଏହା ପରେ ଆଇଆରଏସ୍ ଅଫିସର ଜଣଙ୍କ କରିଥିବା ଭିଡିଓ ପଠାଇ ବ୍ଲାକମେଲ କରିଥିଲେ । ଏନେଇ ୧୮ ତାରିଖରେ ଯୁବତୀ ସହିଦନଗର ଥାନାରେ ଏତଲା ଦେଇଥିଲେ। ଆଇଆରଏସଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରିଛି ପୋଲିସ। ସେହିପରି ଜବତ ହୋଇଥିବା ପୀଡିତାଙ୍କ ମୋବାଇଲକୁ ଫରେନସିକ୍ ଲାବ୍କୁ ପଠାଯିବ ।
ସୌଜନ୍ୟ Prameya News7
