ଦେଶ ବିଦେଶ

E-Rickshaw Ablaze Outside Showroom: ବ୍ୟାଟେରୀ ସମସ୍ୟା ଥିବାରୁ ସୋ’ରୁମ୍ ଆଗରେ ଇ-ରିକ୍ସା ଜାଳିଦେଲେ ଚାଳକ

ରାଗରେ ନିଜ ଇ-ରିକ୍ସା ଜାଳିଦେଲେ ଚାଳକ। ବାରମ୍ବାର ବ୍ୟ‌ାଟେରୀ ସମସ୍ୟା ହେଉଥିବାରୁ ଚାଳକଜଣଙ୍କ ଏଭଳି କରିଥିବା ଜଣାପଡ଼ିଛି। ସମସ୍ୟାର ସମାଧାନ ପାଇଁ ସେ ବାରମ୍ବାର ବଜାଜ ସୋ’ରୁମ୍ ‌ଦୌଡ଼ୁଥିଲେ ବି କେହି ତାଙ୍କ ସମସ୍ୟା ଶୁଣୁନଥିଲେ।

ଯୋଧପୁର: ରାଗରେ ନିଜ ଇ-ରିକ୍ସା ଜାଳିଦେଲେ ଚାଳକ। ବାରମ୍ବାର ବ୍ୟ‌ାଟେରୀ ସମସ୍ୟା ହେଉଥିବାରୁ ଚାଳକଜଣଙ୍କ ଏଭଳି କରିଥିବା ଜଣାପଡ଼ିଛି। ସମସ୍ୟାର ସମାଧାନ ପାଇଁ ସେ ବାରମ୍ବାର ବଜାଜ ସୋ’ରୁମ୍ ‌ଦୌଡ଼ୁଥିଲେ ବି କେହି ତାଙ୍କ ସମସ୍ୟା ଶୁଣୁନଥିଲେ। ଶେଷରେ ବାଧ୍ୟ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଘଟଣାଟି ଘଟିଛି ରାଜସ୍ଥାନର ଯୋଧପୁରରେ। ବଜାଜ୍ ସୋ’ ରୁମ୍ ବାହାରେ ଚାଳକଜଣଙ୍କ ଗାଡ଼ି ଜାଳିଦେଇଥିବା ଭିଡିଓରେ ଦେଖାଯାଇଛି।

ଗଧ ସାହାଯ୍ୟରେ ସର୍ଭିସ୍ ସେଣ୍ଟରକୁ ଗାଡ଼ି ଆଣିଥିଲି

ଚାଳକଜଣଙ୍କ ହେଲେ ମୋହନ ସୋଲାଙ୍କି। ତାଙ୍କ କହିବା ମୁତାବକ, କିଣିବା ପରଠାରୁ ଇ-ରିକ୍ସାର ବ୍ୟାଟେରୀ ଖରାପ ହୋଇଯାଇଥିଲା। ମାଇଲେଜ୍ କମିବା ସହ ବ୍ୟାଟେରୀ ସମସ୍ୟା ଦେଖାଦେଇଥିଲା। ସର୍ଭିସ୍ ସେଣ୍ଟରରେ ଅନେକ ଅଭିଯୋଗ କରିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନଥିଲା। କିଛି ଦିନ ତଳେ ଗାଡ଼ି ଅଧାବାଟରେ ଗାଡ଼ି ଖରାପ ହେବାରୁ ଗଧ ସାହାଯ୍ୟରେ ଗାଡ଼ିକୁ ସର୍ଭିସ୍ ସେଣ୍ଟରକୁ ଆଣିଥିଲି। କିନ୍ତୁ ତା’ପରେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ଯୋଗାଇ ଦିଆଗଲା ନାହିଁ। ସେଥିପାଇଁ ବାଧ୍ୟ ହୋଇ ମୁଁ ଏଭଳି କଲି।

ପେଟ୍ରୋଲ ଢ଼ାଳିଲେ, ଜାଳିଦେଲେ

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ମୋହନ ରାଗରେ ଇ-ରିକ୍ସାରେ ପେଟ୍ରୋଲ ଢ଼ାଳିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହା ଦେଖି ତାଙ୍କ ପତ୍ନୀ କ‌ାନ୍ଦିବା ଆରମ୍ଭ କରିଥିଲେ। ଗାଡ଼ିରେ ନିଆଁ ଲାଗିବା ଦେଖି ପାଖରେ ଥିବା ଲୋକେ ଦୂରକୁ ଦୌଡ଼ିବାକୁ ଲାଗିଥିଲେ।

ଅଭିଯୋଗକୁ ଖଣ୍ଡନ କଲେ ସୋ’ରୁମ୍ ମାଲିକ

ସୋଲାଙ୍କିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଜାଜ୍ ସୋ’ରୁମ୍ ମାଲିକ ହରିଶ ଭଣ୍ଡାରୀ। ସେ କହିଛନ୍ତି ଯେ, ଇ-ରିକ୍ସାକୁ ଭଲ ଭାବରେ ଯାଞ୍ଚ କରାଯାଇଥିଲା ଏବଂ ଏହା ସଠିକ୍ କାର୍ଯ୍ୟକ୍ଷମ ଅବସ୍ଥାରେ ଥିବା ଜଣାପଡ଼ିଥିଲା। କୌଣସି ଯାନ୍ତ୍ରିକ ସମସ୍ୟା ନଥାଇ ବି ସୋଲାଙ୍କି ନୂଆ ଗାଡ଼ି ଦେବାକୁ ଚାପ ପକାଉଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button