Houthi Attack: ମଧ୍ୟପ୍ରାଚ୍ୟ ସଙ୍କଟ: ସାଉଦି ଆରବ ଉପରେ ହୁତି ଆକ୍ରମଣ, ମୋଚା ବନ୍ଦର ଦଖଲ କଲେ ବିଦ୍ରୋହୀ
ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକ ଉପରେ ଚାପ ସୃଷ୍ଟି କରିବା ପାଇଁ ଇରାନ୍ ବର୍ତ୍ତମାନ ୟେମେନର ହୁତି ବିଦ୍ରୋହୀ ଏବଂ ଇରାକର ମିଲିସିଆ ଗୋଷ୍ଠୀଗୁଡ଼ିକୁ ବ୍ୟାପକ ଭାବେ ବ୍ୟବହାର କରୁଥିବା ଆଞ୍ଚଳିକ ଅଧିକାରୀ ଓ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ:ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକ ଉପରେ ଚାପ ସୃଷ୍ଟି କରିବା ପାଇଁ ଇରାନ୍ ବର୍ତ୍ତମାନ ୟେମେନର ହୁତି ବିଦ୍ରୋହୀ ଏବଂ ଇରାକର ମିଲିସିଆ ଗୋଷ୍ଠୀଗୁଡ଼ିକୁ ବ୍ୟାପକ ଭାବେ ବ୍ୟବହାର କରୁଥିବା ଆଞ୍ଚଳିକ ଅଧିକାରୀ ଓ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ୮ ତାରିଖରେ ଇରାନ୍ ସମର୍ଥିତ ହୁତି ସେନା ଦକ୍ଷିଣ ସାଉଦି ଆରବର ଅଭା, ନଜରାନ ଏବଂ ଜିଜାନଠାରେ ଥିବା ସରକାରୀ ତେଲ କମ୍ପାନୀ ”ଆରାମକୋ”ର ଶକ୍ତି ପ୍ରକଳ୍ପଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଯୋଗୁଁ ବିଭିନ୍ନ ପ୍ରକଳ୍ପରେ ନିଆଁ ଲାଗିବା ସହ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ୭୩ ଜଣ ଗୁରୁତର ଆହତ ହୋଇଥିବା ସାଉଦି କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।
ଯୁଦ୍ଧ ଯୋଗୁଁ ଜାହାଜ ଚଳାଚଳ ବାଧାପ୍ରାପ୍ତ
ଅନ୍ୟପକ୍ଷରେ, ଲାଲ ସମୁଦ୍ର କୂଳରେ ହୁତି ବିଦ୍ରୋହୀମାନେ ନିଜର ପ୍ରଭାବ ବୃଦ୍ଧି କରିବାରେ ଲାଗିଛନ୍ତି। ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ”ବାବ୍ ଏଲ୍-ମାଣ୍ଡେବ୍” ପ୍ରଣାଳୀଠାରୁ ମାତ୍ର ୮୦ କିଲୋମିଟର ଦୂରରେ ଥିବା ଐତିହାସିକ ବନ୍ଦର ସହର ”ମୋଚା”କୁ ହୁତି ବିଦ୍ରୋହୀମାନେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏହାସହ ସେମାନେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହାନିଶ୍ ଦ୍ୱୀପପୁଞ୍ଜ ଆଡ଼କୁ ଅଗ୍ରସର ହେଉଛନ୍ତି। ଷ୍ଟ୍ରେଟ୍ ଅଫ୍ ହୋରମୁଜରେ ଯୁଦ୍ଧ ଯୋଗୁଁ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବା ପରେ ସାଉଦି ଆରବ ଲାଲ ସମୁଦ୍ର ଦେଇ ତେଲ ପରିବହନ ବୃଦ୍ଧି କରିଥିଲା, ମାତ୍ର ବର୍ତ୍ତମାନ ଏହି ବିକଳ୍ପ ରାସ୍ତା ମଧ୍ୟ ସଙ୍କଟମୋଚନ ବଦଳରେ ହୁତିଙ୍କ ଲକ୍ଷ୍ୟସ୍ଥଳ ପାଲଟିଛି।
ସୌଜନ୍ୟ ସମ୍ବାଦ




