ଖୋଳି ପକାଉଛନ୍ତି

ରାଜ୍ୟର ରାଜଧାନୀ। କିନ୍ତୁ ରାସ୍ତା ଦେଖିଲେ ଡର ମାଡ଼ୁଛି। ଗୋଟିଏ ପଟେ ଭିଡ଼ର ଭୟ, ଅନ୍ୟପଟେ ପାଦେ ପାଦେ ଦୁର୍ଘଟଣା ଭୟ ରହୁଛି। ରାସ୍ତାଘାଟକୁ ଏଭଳି ଖୋଳି ଦିଆଯାଇଛି, ସାମାନ୍ୟ....

ଭୁବନେଶ୍ବର: ରାଜ୍ୟର ରାଜଧାନୀ। କିନ୍ତୁ ରାସ୍ତା ଦେଖିଲେ ଡର ମାଡ଼ୁଛି। ଗୋଟିଏ ପଟେ ଭିଡ଼ର ଭୟ, ଅନ୍ୟପଟେ ପାଦେ ପାଦେ ଦୁର୍ଘଟଣା ଭୟ ରହୁଛି। ରାସ୍ତାଘାଟକୁ ଏଭଳି ଖୋଳି ଦିଆଯାଇଛି, ସାମାନ୍ୟ ଅନ୍ୟମନସ୍କ ହେଲେ ଦୁର୍ଘଟଣା ଥୟ। ନର୍କ ଯନ୍ତ୍ରଣାଠୁ ବଳିଯାଇଛି ରାଜଧାନୀବାସୀଙ୍କ ଏହି କଷ୍ଟ। ସେ ପୂର୍ତ୍ତ ରାସ୍ତା ହେଉ କି ଭୁବନେଶ୍ବର ମହାନଗର ନିଗମ ରାସ୍ତା ଅବା ଇଡ୍‌କୋ ରାସ୍ତା, ସବୁଠି ସ୍ଥିତି ସମାନ। ତଥାପି ଅଧିକାରୀଙ୍କ ନିଦ ଭାଙ୍ଗୁନି।

ବଡ଼କଥା ହେଉଛି, ଯେଉଁ ରାସ୍ତାକୁ ମାସେ ଦୁଇ ମାସେ ତଳେ ପିଚୁ ଅବା କଂକ୍ରିଟ୍‌ କରାଯାଇଛି, ତାକୁ ବି ଛଡ଼ାଯାଉନି। କେଉଁଠି ଗେଲ୍‌ ତ କେଉଁଠି ଟିପିସିଓଡିଏଲ୍‌, ୱାଟ୍‌କୋ ରାସ୍ତାକୁ ଏଭଳି ଖୋଳି ପକାଉଛନ୍ତି। ଏଣୁ ସରକାରୀ ବିଭାଗ ଭିତରେ ସମନ୍ବୟର ଅଭାବ କାରଣରୁ ସରକାରଙ୍କ ଅଯଥା ଅର୍ଥ ଅପବ୍ୟୟ ହେଉଛି ଓ ରାଜକୋଷ ଖାଲି ହେଉଛି। ସେପଟେ ଖୋଳିବା ପରେ ଏହାକୁ ତତ୍କାଳ ମରାମତି ନ କରି ମାସ ମାସ ଧରି ରାସ୍ତାକୁ ସେହିଭଳି ଖୋଳି ବିପଦପୂର୍ଣ୍ଣ ଭାବେ ଛାଡ଼ି ଦିଆଯାଉଛି।
ରାଜଧାନୀ ଭୁବନେଶ୍ବରରେ ବର୍ଷକ ୧୨ ମାସ ଏଭଳି ସ୍ଥିତି ଦେଖିବାକୁ ମିଳୁଥିଲେ ବି ଗତ ୬ ମାସ ହେବ ଏହି ସ୍ଥିତି ଜଟିଳ ହୋଇଯାଇଛି। ପ୍ରମୁଖ ରାସ୍ତା ହେଉ କି ଗଳିକନ୍ଦି, ସବୁଠି ସ୍ଥିତି ସମାନ। କେଉଁଠି ବିରାଟ ବିରାଟ ଗର୍ତ୍ତ ତ କେଉଁଠି ମାଟିର ପାହାଡ଼। ପୁଣି କେଉଁଠି ଗ୍ୟାସପାଇପ୍‌ ଓ ପାଣି ପାଇପ ବିପଦପୂର୍ଣ୍ଣ ଅବସ୍ଥାରେ ଉପରକୁ ଉଠି ରହିଛି। ଏଠାରେ ବିପଦସଂକେତ ଚିହ୍ନିତ ନଥିବାରୁ ଚାଳକମାନେ ଅନ୍ୟମନସ୍କରେ ଏଥିରେ ପଡ଼ୁଛନ୍ତି, ପିଟି ହେଉଛନ୍ତି। ଦିନ ଅପେକ୍ଷା ରାତିରେ ଅଧିକ ଦୁର୍ଘଟଣା ଘଟୁଛି।

ସୌଜନ୍ୟ ସମ୍ବାଦ

Exit mobile version