ଜାତୀୟ

ଗଛରେ ପିଟି ହେଲା ସ୍କର୍ପିଓ, ଚୁରମାର୍ ହୋଇଗଲା ଗାଡ଼ି : ପରିବାରର ୫ ମୃତ

ଗୁଲାମ ମୁସ୍ତଫା ନାମକ ଜଣେ ବ୍ୟକ୍ତି ନିଜ ଝିଅ ହିନା ଏବଂ ନେହା ପରଓ୍ୱୀନ ଏବଂ ନାତି ନାତୁଣୀଙ୍କ ସହ ମିଶି ଲସିୟା ଗାଁ ଯାଉଥିଲେ । କିନ୍ତୁ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କ କାରଟି ନିୟନ୍ତ୍ରଣ ହରାଇଥିଲା । ଫଳରେ ଏହା ରାସ୍ତା କଡରେ ଥିବା ଏକ ଗଛରେ ଜୋରରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଥିଲେ । ଏହାସହ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଞ୍ଚୀ,୧୨|୦୬:ଗଛରେ ପିଟି ହୋଇଗଲା ସ୍କର୍ପିଓ । ଗୋଟିଏ ପରିବାରର ୫ ମୃତ । ମୃତକଙ୍କ ମଧ୍ୟରେ ତିନି ଶିଶୁ । ଏପରି ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡରେ । ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି ।

ରିପୋର୍ଟ ଅନୁସାରେ, ଗୁଲାମ ମୁସ୍ତଫା ନାମକ ଜଣେ ବ୍ୟକ୍ତି ନିଜ ଝିଅ ହିନା ଏବଂ ନେହା ପରଓ୍ୱୀନ ଏବଂ ନାତି ନାତୁଣୀଙ୍କ ସହ ମିଶି ସିମଡେଗା ଜିଲ୍ଲାର ଲସିୟା ଗାଁ ଯାଉଥିଲେ । କିନ୍ତୁ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କ କାରଟି ନିୟନ୍ତ୍ରଣ ହରାଇଥିଲା । ଫଳରେ ଏହା ରାସ୍ତା କଡରେ ଥିବା ଏକ ଗଛରେ ଜୋରରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଥିଲେ । ଏହାସହ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୃତକମାନେ ହେଲେ ଗୁଲାମ ମୁସ୍ତାଫା, ଗୁଲସନ ପରଓ୍ୱୀନ୍ ଏବଂ ଅନ୍ୟ ତିନି ଶିଶୁ । ସେହିପରି ଗୁଲାମଙ୍କ ଝିଅମାନେ ଏବଂ କାରର ଡ୍ରାଇଭର ଆହତ ହୋଇଛନ୍ତି । ଯାହା ପରିବାର ଉପରେ ଦୁଃଖର ପାହାଡ ଲଦି ଦେଇଛି ।

ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରୁଛି । ମୃତକଙ୍କ ପୋଷ୍ଟମର୍ଟମ୍ ହୋଇଛି । ଆହତଙ୍କୁ ହସ୍ପିଟାଲରେ ଉପ ଜିଲ୍ଲାପାଳ ଭେଟିଛନ୍ତି । ଏହାସହ ଉପଯୁକ୍ତ ଚିକିତ୍ସା କରିବାକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button