Cabinet approves: କପା ଉତ୍ପାଦକତା ମିସନକୁ ୫୬୫୯ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କପା ଉତ୍ପାଦକତା ମିସନକୁ ମଞ୍ଜୁରୀ ଦେଇଛି। ଏହି ମିସନ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ସେଥିପାଇଁ ୫୬୫୯.୨୨ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। କପା କ୍ଷେତ୍ରରେ ରହିଥିବା ପ୍ରତିବଦ୍ଧକ ଦୂର କରିବା, ଅଭିବୃଦ୍ଧିରେ ହ୍ରାସକୁ ରୋକିବା ଓ ଗୁଣାତ୍ମକ ଚିନ୍ତାକୁ ଦୂର କରିବାରେ ଏହି ମିସନ ସହାୟକ ହେବ।କପା ଉତ୍ପାଦକତା ମିସନ ଅଧୀନରେ ବ୍ୟାପକ ଯୋଜନା ରହିଛି।
ଏହି ମିସନରେ ୨୦୩୧ ସୁଦ୍ଧା ଲିଣ୍ଟ ଉତ୍ପାଦନକୁ ହେକ୍ଟର ପିଛା ୪୪୦ କିଲୋଗ୍ରାମରୁ ବଢ଼ାଇ ହେକ୍ଟର ପିଛା ୭୫୫ କିଲୋଗ୍ରାମକୁ ବୃଦ୍ଧି କରାଯିବ। ପ୍ରାୟ ୩୨ ଲକ୍ଷ ଚାଷୀ ଏହା ଦ୍ୱାରା ଆତ୍ମନିର୍ଭରଶୀଳ ହେବେ। ଏହି ମିସନକୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଯୁକ୍ତିବିଦ୍ୟା ଓ ୨୦୦୦ ଜିନିଂ/ ପ୍ରକ୍ରିୟାକରଣ କାରଖାନାର ଉନ୍ନତି ପାଇଁ ରାଜ୍ୟ କୃଷି ବିଭାଗ ଓ ଆଇସିଏଆର୍ ମାଧ୍ୟମରେ ୧୪ଟି ରାଜ୍ୟର ୧୪୦ଟି ଜିଲ୍ଲାକୁ ଧ୍ୟାନ ଦିଆଯିବ।
ସୌଜନ୍ୟ ସମ୍ବାଦ




