ଚାମ୍ପିଅନ୍ RCB ଉପରେ ହେଲା ଟଙ୍କା ବର୍ଷା, ରନର୍ସଅପ୍ ଗୁଜରାଟକୁ ମଧ୍ୟ ମିଳିଲା କୋଟି କୋଟି; ଜାଣନ୍ତୁ କାହାକୁ କେତେ ମିଳିଲା

IPL 2026: ରଜତ ପାଟିଦାରଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଆଇପିଏଲ୍ ୨୦୨୬ର ଟ୍ରଫି ନିଜ ନାମରେ କରିବା ପରେ ଏବେ ମାଲାମାଲ୍ ହୋଇଛି। ଗୁଜରାଟ ଟାଇଟନ୍ସକୁ ହରାଇ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେତା ବନିଥିବା ଆରସିବି ଦଳକୁ ବିସିସିଆଇ ପକ୍ଷରୁ ମୋଟା ଅଙ୍କର ପୁରସ୍କାର ରାଶି ପ୍ରଦାନ କରାଯାଇଛି। କେବଳ ଚାମ୍ପିଅନ୍ କିମ୍ବା ରନର୍ସଅପ୍ ଦଳ ନୁହେଁ, ବରଂ ପ୍ଲେ-ଅଫକୁ ଯାଇଥିବା ଶ୍ରେଷ୍ଠ ୪ଟି ଦଳ ଏବଂ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ମଧ୍ୟ କୋଟି କୋଟି ଟଙ୍କାର ବର୍ଷା ହୋଇଛି।
ଆସନ୍ତୁ ଜାଣିବା କେଉଁ ଦଳ ଏବଂ କେଉଁ ଖେଳାଳିଙ୍କୁ କେତେ ପ୍ରାଇଜ୍ ମନି ମିଳିଛି
ବିଜେତା ଆରସିବିକୁ ମିଳିଲା ୨୦ କୋଟି
ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଚାମ୍ପିଅନ୍ ଟ୍ରଫି ସହିତ ପୁରସ୍କାର ସ୍ୱରୂପ ୨୦ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ଉପବିଜେତା ଗୁଜରାଟକୁ ମିଳିଲା ବମ୍ପର ଟଙ୍କା
ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଫାଇନାଲର ରନର୍ସଅପ୍ ହୋଇଥିବା ଗୁଜରାଟ ଟାଇଟନ୍ସ (GT) ଦଳ ମଧ୍ୟ ନିରାଶ ହୋଇନାହିଁ। ଦଳକୁ ରନର୍ସଅପ୍ ପୁରସ୍କାର ରାଶି ଭାବେ ୧୩ କୋଟି ଟଙ୍କା ମିଳିଛି।
୩ୟ ଓ ୪ର୍ଥ ସ୍ଥାନରେ ଥିବା ଦଳ ମଧ୍ୟ ହେଲେ ମାଲାମାଲ୍
ପ୍ଲେ-ଅଫ୍ରୁ ବାଦ୍ ପଡ଼ିଥିବା ଅନ୍ୟ ଦୁଇଟି ଦଳକୁ ମଧ୍ୟ କୋଟି କୋଟି ଟଙ୍କା ମିଳିଛି। ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନରେ ଥିବା ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ (SRH)କୁ ୭ କୋଟି ଟଙ୍କା ମିଳିଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ରିୟାନ ପରାଗଙ୍କ ରାଜସ୍ଥାନ ରୟାଲ୍ସ (RR)କୁ ୬.୫ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି।
ଖେଳାଳିମାନଙ୍କୁ ମିଳିଥିବା ପ୍ରମୁଖ ପୁରସ୍କାର
ଚଳିତ ସିଜନରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂର ଜଲୱା ଦେଖାଇ ଅଧିକାଂଶ ବଡ଼ ପୁରସ୍କାର ନିଜ ନାମରେ କରିଛନ୍ତି।
ଅରେଞ୍ଜ କ୍ୟାପ୍ (ସର୍ବାଧିକ ରନ୍): ବୈଭବ ସୂର୍ଯ୍ୟବଂଶୀ – ୧୦ ଲକ୍ଷ ଟଙ୍କା
ପର୍ପଲ କ୍ୟାପ୍ (ସର୍ବାଧିକ ୱିକେଟ୍): କାଗିସୋ ରବାଡା – ୧୦ ଲକ୍ଷ ଟଙ୍କା
ମୋଷ୍ଟ ଭାଲ୍ୟୁଏବଲ୍ ପ୍ଲେୟାର୍ (MVP): ବୈଭବ ସୂର୍ଯ୍ୟବଂଶୀ – ୧୦ ଲକ୍ଷ ଟଙ୍କା
ଇମର୍ଜିଂ ପ୍ଲେୟାର୍ ଅଫ୍ ଦି ସିଜନ୍: ବୈଭବ ସୂର୍ଯ୍ୟବଂଶୀ – ୧୦ ଲକ୍ଷ ଟଙ୍କା
ସିଜନ ସର୍ବାଧିକ ଛକା: ବୈଭବ ସୂର୍ଯ୍ୟବଂଶୀ – ୧୦ ଲକ୍ଷ ଟଙ୍କା
ସୌଜନ୍ୟ Prameya News7




