ରାଜ୍ୟ

ଝାନସୀରୁ ଯୌନ ରାକ୍ଷସଙ୍କ କବଳରୁ ଖସି ଆସିଲେ ନାବାଳିକା, ଥାନାରେ ବଖାଣିଲେ ଲୋମହର୍ଷକ କାହାଣୀ

ଢ଼େଙ୍କାନାଳ: ଯୌନ ସୌଦାଗରଙ୍କ ସୌଦା ସାଜିଥିଲେ ନାବାଳିକା। ଦୀର୍ଘ ଦୁଇ ବର୍ଷ ଧରି ନିଜର ଯୌନ ପିପାଶା ମେଣ୍ଟାଇବା ପରେ ଏହି ଯୌନ ରାକ୍ଷସ ମାନେ ଜଣଙ୍କ ପରେ ଆଉ ଜଣଙ୍କୁ ନାବାଳିକାଙ୍କୁ ବିକ୍ରି କରୁଥିଲେ। ଆଉ ଦୀର୍ଘ ଦୁଇ ବର୍ଷ ଧରି ଏହି ଯୌନ ରାକ୍ଷସଙ୍କ କବଳରେ ଯୌନ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏହି ପୀଡିତା।

ମାତ୍ର ଗତ ୧୮ତାରିଖ ରାତିରେ କୌଶଳ କ୍ରମେ ଏହି ଯୌନ ରାକ୍ଷସଙ୍କ କବଳରୁ ଖସି ଆସିବାରେ ସଫଳ ହୋଇଥିଲେ ମଧ୍ୟ ପୁଲିସ ଆଗରେ ବଖାଣିଛନ୍ତି ଯୌନ ରାକ୍ଷସ ମାନେ ଦେଇଥିବା ଯୌନ ଯନ୍ତ୍ରଣାର ଯାତନା। କାମାକ୍ଷାନଗର ଥାନା ଅଞ୍ଚଳର ଏହି ଲୋମ ହର୍ଷକ ଘଟଣା ଏବେ ବେଶ ଆଲୋଡନ ସୃଷ୍ଟି କରିଛି। ତେବେ ପୀଡିତା ଯୁବତୀର ଅଭିଯୋଗକୁ ନେଇ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ କରିଛି ପୁଲିସ।

ଜିଲ୍ଲା ଏସ୍ପିଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ସୁଦୂର ଝାନ୍ସୀ ଯାତ୍ରା କରିଛି। ଅଭିଯୁକ୍ତମାନଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ଆରମ୍ଭ କରିଛି ଚଳାଇଛି ଛାନଭିନ।

ନାବାଳିକା କହିଛନ୍ତି ଯେ- କାମ କରିବା ପାଇଁ କହିଥିଲେ। କାମାକ୍ଷାରୁ ଭୁବନେଶ୍ୱରକୁ ଯାଇଥିଲା। ମୋ ସହ ଆଉ ୫ ଜଣ ଝିଅ ଥିଲେ। ଆଶିଷ ଯାଦବ ନାମକ ଜଣେ ଯୁବକ ଝାନସୀ ନେଇ ଯାଇଥିଲେ। ଝାନସୀରୁ ଆଉ ୫ ଜଣ ଝିଅ କୁଆଡେ ଗଲେ ମୋତେ ଜଣାନାହିଁ। ମୁଁ ୩ ମାସ ଧରି ଆଶିଷ ଯାଦବଙ୍କ ଘରେ ଥିଲି। ମୁଁ ଗର୍ଭବତୀ ହେବା ପରେ ଗର୍ଭପାତ କରାଇଥିଲେ। ମୁଁ ଯେତେବେଳେ ଘରକୁ ଯିବାକୁ ବାହାରିଲି, ସେମାନେ କହିଥିଲେ ଯେ ଲକ୍ଷେ ଟଙ୍କା ଦିଆଯାଇଛି। ଫାଇଦା ନନେବା ଯାଏଁ ଛାଡିବୁନି। ଆଉ ଘରୁ ବାହାରକୁ ଯିବାକୁ ଦେଲେନି। କାହା ସହ କଥା ହେବାକୁ ଦେଲେନି। ମୁଁ ଖସିଆସିବାକୁ ଯୋଜନା କରିଥିଲି

 

 

 

ସୌଜନ୍ୟ Prameya News7

Show More
Back to top button