ରାଜ୍ୟ
Murder: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ସ୍ତ୍ରୀ ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା ସ୍ୱାମୀ
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସ୍ତ୍ରୀ ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା ସ୍ୱାମୀ | ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ | ହତ୍ୟା କରିସାରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲା ସ୍ୱାମୀ, ଆଜି ମୃତଦେହକୁ ଉଦ୍ଧାର କରିଛି ନୟାକୋଟ ପୋଲିସ

ବାଂଶପାଳ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସ୍ତ୍ରୀ ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା ସ୍ୱାମୀ | ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ | ହତ୍ୟା କରିସାରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲା ସ୍ୱାମୀ, ଆଜି ମୃତଦେହକୁ ଉଦ୍ଧାର କରିଛି ନୟାକୋଟ ପୋଲିସ | କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କୁଶକଳା କାଳିଆଡ଼ିହି ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୃତକ ଜଣକ ହେଉଛନ୍ତି ମେଂଜତି ମୁଣ୍ଡା | ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାଙ୍କୁ ଥାନାରେ ପୁଲିସ ଅଟକ ରଖିଛି | ଘଟଣାସ୍ଥଳରେ ନୟାକୋଟ ପୋଲିସ ତଦନ୍ତ ଜାରି ରଖିଛି |
ସୌଜନ୍ୟ ସମ୍ବାଦ




