ଦେଶ ବିଦେଶ

ଟ୍ରମ୍ପଙ୍କ ସହ କଥା ହେଲେ ​ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ବାର୍ତ୍ତାଳପ କରିଛନ୍ତି। ଏହି ବାର୍ତ୍ତାଳପରେ ଫଳପ୍ରଦ ଆଲୋଚନା ହୋଇଥିବା ନେଇ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି। କଥାବାର୍ତ୍ତା ସମୟରେ ଦୁଇ ନେତା ଦ୍ବିପାକ୍ଷିକ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଓ କ୍ରିଟିକାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାଲିଥିବା ସହଯୋଗର ବିସ୍ତୃତ ସମୀକ୍ଷା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବ୍ୟତୀତ ଆଞ୍ଚଳିକ ଓ ଅନ୍ତର୍ଜାତୀୟସ୍ତରରେ ବିଶ୍ୱ ଶାନ୍ତି, ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ପାଇଁ ହେଉଥିବା ପ୍ରଚେଷ୍ଟା ସମ୍ପର୍କରେ ଉଭୟ ନେତା ମତାମତ ବିନିମୟ କରିଛନ୍ତି। ଭାରତ-ଆମେରିକା ସମ୍ପର୍କକୁ ବ୍ୟାପକ କରିବା ପାଇଁ ନିରନ୍ତର ଯୋଗାଯୋଗ ରଖିବାକୁ ଉଭୟ ନେତା ସମ୍ମତି ପ୍ରକାଶ କରିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button