ଦୁର୍ଲ୍ଲଭ ସୁନାବେଶ ; ଭୁବନେଶ୍ୱର-ପୁରୀ ରାସ୍ତାରେ ଭୟଙ୍କର ଟ୍ରାଫିକ୍ ଜାମ୍,ଅପଡେଟ୍ ଦେଖି ପୁରୀ ଆସିବାକୁ ପରାମର୍ଶ

ପୁରୀ : ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି। ସକାଳୁ ସକାଳୁ ଶ୍ରୀଜୀଉଙ୍କ ନିକଟରେ ସମସ୍ତ ନୀତିକାନ୍ତି ସହ ହୋଇଛି ଦିବ୍ୟ ଆଳତୀ। ଆଜି ରଥାରୁଢ ୩ ଠାକୁରଙ୍କ ଦୁର୍ଲ୍ଲଭ ସୁନାବେଶ। ପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ମୁହାଁ ଶ୍ରଦ୍ଧାଳୁ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। କ୍ରମାଗତ ଭାବେ ବଢି ଚାଲିଛି ଯାନବାହନ ଚଳାଚଳ। ତାଳବଣିଆ ପଟକୁ ଡାଇଭର୍ଟ କରାଯାଉଛି ସବୁ ଯାନବାହନ। ମାଳତୀପାଟପୁରରେ ପ୍ରାୟ ଦେଢ ଘଣ୍ଟା ଅଟକୁଛି ଗାଡିମୋଟର। ଜାତୀୟ ରାଜପଥରେ ହେଉଛି ଭୟଙ୍କର ଟ୍ରାଫିକ୍ ଜାମ୍। ପୁରୀ ଯିବା ପୂର୍ବରୁ ଟ୍ରାଫିକ୍ ଅପଡେଟ୍ ଦେଖି ପୁରୀ ଆସିବାକୁ ପରାମର୍ଶ ଦିଆଯାଇଛି।
ମହଣ ମହଣ ସୁନାରେ ସଜେଇ ହୋଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ହେବେ ମହାବାହୁ। ଦର୍ଶନ ପାଇଁ ସକାଳୁ ପୁରୀରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଅସ୍ୱଭାବିକ ଭିଡ ଦେଖାଯାଉଛି। ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାନବାହାନର ଅତ୍ୟଧିକ ପ୍ରବେଶ ଚାଲୁ ରହିଛି।
ମାଳତୀପାଟପୁରରେ ଅପେକ୍ଷା ସମୟ ବର୍ତ୍ତମାନ ୧.୫ ଘଣ୍ଟାରୁ ଅଧିକ ଏବଂ ଏହା ବୃଦ୍ଧି ପାଇବାର ସମ୍ଭାବନା ଅଛି। ସେହି ଅନୁସାରେ ପରିଦର୍ଶନ ଯୋଜନା କରନ୍ତୁ ଏବଂ ଅଧିକ ଟ୍ରାଫିକ୍ ଅପଡେଟ୍ ପାଇଁ ଅପେକ୍ଷା କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ଟ୍ରାଫିକ କଣ୍ଟ୍ରୋଲ ରୁମରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ତଦାରଖ କରୁଛନ୍ତି।
ସୌଜନ୍ୟ ସମାଜ




