ଅପରାଧଜିଲ୍ଲାରାଜ୍ୟ

ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଦେବଗଡ ସହର ରଜାମୁଣ୍ଡା ଅଞ୍ଚଳରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାପଗଡିଆ ଗ୍ରାମର ସ୍ବର୍ଗତ ଅନିରୁଦ୍ଧ ରଙ୍ଗଙ୍କର ଝିଅ ୨୩ ବର୍ଷ ବୟସ୍କା ମିନତୀ ରଙ୍ଗ।

ଦେବଗଡ଼: ଦେବଗଡ ସହର ରଜାମୁଣ୍ଡା ଅଞ୍ଚଳରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାପଗଡିଆ ଗ୍ରାମର ସ୍ବର୍ଗତ ଅନିରୁଦ୍ଧ ରଙ୍ଗଙ୍କର ଝିଅ ୨୩ ବର୍ଷ ବୟସ୍କା ମିନତୀ ରଙ୍ଗ।

ମିନତୀ ଚଳିତବର୍ଷ ମାର୍ଚ୍ଚ ମାସ ଏଗାର ତାରିଖ ଦିନ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଓଳା ଗ୍ରାମର ତରୁର୍ଭୁଜ ଜେନାଙ୍କ ପୁଅ ସତ୍ୟ ରଞ୍ଜନ ଜେନାଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ। ସ୍ବାମୀ ସତ୍ୟ ରଞ୍ଜନ ଦେବଗଡ଼ ଜିଲ୍ଲାରେ ମେଗା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଏକ ଘରୋଇ କମ୍ପାନୀରେ ସିନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ।

ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଦେବଗଡ ସହର ରଜାମୁଣ୍ଡା ଅଞ୍ଚଳରେ ଏକ ଭଡାଘରେ ରହୁଥିଲେ। ମୃତ ମିନତୀଙ୍କ ପରିବାର ପକ୍ଷରୁ ଏହା ଏକ ଯୌତୁକ ଜନିତ ହତ୍ଯାକାଣ୍ଡ ବୋଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଦେବଗଡ ଆଦର୍ଶ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ସ୍ବାମୀ ସତ୍ଯ ରଞ୍ଜନ ଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button