ଅପରାଧଜିଲ୍ଲାରାଜ୍ୟ

ପୂର୍ବ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟା, ଘରେ ଶୋଇଥିବା ବେଳେ ମାରିଦେଲେ !

ତ୍ରିନାଥ ନାଏକ ଓ ଯୋଗେନ୍ଦ୍ର ଖରସେଲଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ଶତ୍ରୁତା ଲାଗି ରହିଥିଲା। ଗୁରୁବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ବିଳମ୍ବିତ ରାତିରେ ତ୍ରିନାଥ ନିଜ ଘରେ ଶୋଇଥିବା ବେଳେ ଯୋଗେନ୍ଦ୍ର ଖରସେଲ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ପଦ୍ମପୁର,|୦୬:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗାଁରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ୪୫ ବର୍ଷୀୟ ତ୍ରିନାଥ ନାଏକଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ତ୍ରିନାଥ ନାଏକ ଓ ଯୋଗେନ୍ଦ୍ର ଖରସେଲଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ଶତ୍ରୁତା ଲାଗି ରହିଥିଲା। ଗୁରୁବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ବିଳମ୍ବିତ ରାତିରେ ତ୍ରିନାଥ ନିଜ ଘରେ ଶୋଇଥିବା ବେଳେ ଯୋଗେନ୍ଦ୍ର ଖରସେଲ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ମୃତକଙ୍କ ଝିଅ ଝାରବନ୍ଧ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ପାଇବା ପରେ ଝାରବନ୍ଧ ଥାନା ଅଧିକାରୀ ସଞ୍ଜୟ ପରିଡ଼ା ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୋଗେନ୍ଦ୍ର ଖରସେଲଙ୍କୁ ଅଟକ ରଖିଛନ୍ତି। ପୋଲିସ ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button