ରାଜ୍ୟ

ନିଆଳି ଛେନା-ପନିର ଗୁଣବତ୍ତାକୁ ନେଇ ବଦନାମ ଅଭିଯୋଗ, କଟକକୁ ଛେନା ପଠାଇବନି ନିଆଳି ଯାଦବ ମହାସଭା

କଟକ,୨୮/୦୯: ଆଜିଠୁ ଆଉ କଟକକୁ ଆସିବନି ନିଆଳିର ଛେନା । ନିଆଳିରେ ପ୍ରସ୍ତୁତ ଛେନା କଟକକୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି ନିଆଳି ଯାଦବ ମହାସଭା । ନିଆଳି ଛେନାକୁ ଅଶୁଦ୍ଧ ଦର୍ଶାଇ ନିଆଳିକୁ ବଦନାମ କରାଯାଉଥିବା ଅଭିଯୋଗରେ ଏହି ପ୍ରତିବାଦ ଡାକରା ଦିଆଯାଇଛି ।

ସୋମବାର ନିଆଳି ତହସିଲ କାର୍ଯ୍ୟାଳୟ ଆଗରେ ଛେନା ଓ ପନିର୍ ବ୍ୟବସାୟୀମାନେ ଧାରଣା ଦିଆଯାଇଛି । ନିଆଳି ଯାଦବ ମହାସଭା ପକ୍ଷରୁ ପ୍ରତିବାଦ ଓ ଧାରଣା ପାଇଁ ଡାକରା ଦିଆଯାଇଛି । ମହାସଭାର ଅଭିଯୋଗ ନିଆଳିରେ ପ୍ରସ୍ତୁତ ଛେନା ଓ ପନିର୍କୁ ନେଇ ଅଶୁଦ୍ଧ ଅଭିଯୋଗ କରାଯାଇ ଅଞ୍ଚଳର ଛେନା ବ୍ୟବସାୟ ଓ ନିଆଳିର ପରିଚୟକୁ କ୍ଷତି ପହଞ୍ଚାଯାଉଛି । ଏହାର ପ୍ରତିବାଦରେ ବ୍ୟବସାୟୀମାନେ ଏକାଠି ହୋଇଛନ୍ତି । ଛେନା ପଠାଇବା ବନ୍ଦ ସହ ଧାରଣା ଡାକରା ଦିଆଯାଇଥିବାରୁ କଟକର ଛେନା ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ତେବେ ନିଆଳି ଛେନାର ଗୁଣବତ୍ତାକୁ ନେଇ ଉଠିଥିବା ଅଭିଯୋଗ ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର ରହିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button