ରାଜ୍ୟ

ପଞ୍ଚଲିଙ୍ଗେଶ୍ବରରେ ୧୦ଫୁଟ୍‌ ଉଚ୍ଚର ପାଣି; ପୀଠରେ ତାଲା

ନୀଳଗିରି: ଉତ୍ତର ଓଡ଼ିଶାର ପ୍ରମୁଖ ଶୈବପୀଠ ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ବରରେ ବାବାଙ୍କ ଶିରିରେ ୧୦ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହୋଇଛି। ଯାହା ପାଇଁ ପ୍ରଶାସନ ତଥା ସ୍ଥାନୀୟ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ପୀଠ ବନ୍ଦ କରାଯାଇଛି। ଲଘୁଚାପଜନିତ ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ଦେବଗିରି ପାହାଡ଼ ପାଣି ସବୁ ପଞ୍ଚଲିଙ୍ଗେଶ୍ବର ପୀଠ ଉପରକୁ ମାଡ଼ି ଆସି ବାବାଙ୍କୁ ବୁଡ଼ାଇ ଦେଇଛି। ପାଣିର ସ୍ରୋତ ଏତେ ଜୋରରେ ଥିଲା ଯେ, ଶୈବପୀଠ ବୁଡ଼ି ପାହାଚରେ ପାଣି ବୋହିବାକୁ ଲାଗିଥିଲା। ଶୈବପୀଠକୁ ପୂଜା କରିବାକୁ ଯାଇଥିବା ଜଣେ ପୂଜକ ପାଣିସ୍ରୋତରୁ ବାହାରି ନପାରି ଜଳବନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳିଛି। ମଧ୍ୟାହ୍ନରେ ଜଳସ୍ରୋତ କମିଥିଲେ ହେଁ ପୁଣି ସନ୍ଧ୍ୟାଠାରୁ ଧୀରେ ଧୀରେ ସ୍ରୋତ ବଢ଼ିବାରେ ଲାଗିଛି। ସେପଟେ ସୋମବାର ଜଳାଭିଷେକ କରିବାକୁ ଦୂର ଦୂରାନ୍ତରରୁ କାଉଡ଼ିଆମାନେ ଜଳଭାର ଧରି ଏଠାରେ ପହଞ୍ଚିଥିବା ଦେଖିବାକୁ ମିଳିଛି। କିନ୍ତୁ ପୀଠରେ ଅଥଳ ପାଣି ତଥା ପ୍ରଳୟଙ୍କାରୀ ବର୍ଷାକୁ ଆଖି ଆଗରେ ରଖି; ଭକ୍ତ ଓ କାଉଡ଼ିଆଙ୍କ ସୁରକ୍ଷା ନିମନ୍ତେ ପୀଠ ମୁଖ୍ୟଫାଟକରେ ଚାବି ପକା ଯାଇଛି। ନୀଳଗିରି ଉପଜିଲାପାଳ ତଥା ବାବା ପଞ୍ଚଲିଙ୍ଗେଶ୍ବର ଟ୍ରଷ୍ଟବୋର୍ଡ଼ର ମ୍ୟାନେଜିଂ ଟ୍ରଷ୍ଟି ଶୁଭଶ୍ରୀ ରଥ କହିଛନ୍ତି ଯେ, ବର୍ଷା ବିତ୍ପାତକୁ ଲକ୍ଷ୍ୟ କରାଯାଇ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ଅପରପକ୍ଷରେ କାଉଡ଼ିଆଙ୍କ ଜଳାଭିଷେକ ପାଇଁ ପାହାଚ ମୂଳରେ ଅସ୍ଥାୟୀଭାବେ ପୂଜାର୍ଚ୍ଚନା କରାଯାଇ ନଦୀରେ ଜଳାଭିଷେକ କରାଯିବ ବୋଲି ଟ୍ରଷ୍ଟବୋର୍ଡ଼ ପରିଚାଳକ ଶିଶିର ମିଶ୍ର ଜଣାଇଛନ୍ତି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button