ରାଜ୍ୟ

ପଲ୍ଲୀବାଣୀ ମିଶନର ଇଣ୍ଡିଆନ୍‌ ଏବଂ ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ: ଦେଶରେ ସାମ୍ବାଦିକତାର ପରିଦୃଶ୍ୟ ବଦଳିଛି; ଆଲୋକ ମେହେଟ୍ଟା

ନୂଆଦିଲ୍ଲୀ,୦୭/୦୯: ଭାରତରେ ଏରେ ସାମ୍ବାଦିକତାର ପରିଦୃଶ୍ୟ ବଦଳିଯାଇଛି ।  ସମ୍ବାଦପତ୍ର କିମ୍ବା ଟିଭି ଚ୍ୟାନେଲଗୁଡିକର ସମ୍ବାଦ ପରିବେଷଣରେ ଆଉ ଏକଚାଟିଆ ଆଧିପତ୍ୟ ନାହିଁ । ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଏବଂ ଅନ୍ୟ ସାମାଜିକ  ଗଣମାଧ୍ୟମ ପାରମ୍ପରିକ ସମ୍ବାଦର ପରିଭାଷାକୁ  ବଦଳାଇବା ସହ ତ୍ୱରିତ ଲୋକଙ୍କ ନିକଟରର  ପହଞ୍ଚୁଛନ୍ତି । ଏଣୁ ପୂର୍ବାପେକ୍ଷା ସାମ୍ବାଦିକମାନଙ୍କୁ ଏବେ ଅଧିକ ଚାପଗ୍ରସ୍ତ ଏେଂ ଚ୍ୟାଲେଞ୍ଜ ସହିତ  କାମ୍‌ କରିବାକୁ ପଡୁଛି । ରାଜନୈତିକ ଚାପ ମଧ୍ୟ  ଏହି ବୃତ୍ତିକୁ ଅଧିକ ଚ୍ୟାଲେଞ୍ଜପୂଣ୍ୱର୍ କରିଛି ।  ବିଶିଷ୍ଟ ସାମ୍ବାଦିକ ଓ ଲେଖକ ପଦ୍ମଶ୍ରୀ ଆଲୋକ  ମେହେଟ୍ଟା, ଇଣ୍ଡିଆନ ଏବଂ ଓଡିଶା ଜର୍ଣ୍ଣାଲିଜିମ୍‌  ଆୱାର୍ଡ ପ୍ରଦାନ ସମାରୋହରେ ଏହା କହିଛନ୍ତି ।

ନୂଆଦିଲ୍ଲୀର ପ୍ରତିଷ୍ଠିତ ଏବଂ ପୁରାତନ ଓଡିଆ  ସଂଗଠନ ପଲ୍ଳୀବାଣୀ ମିଶନ ପକ୍ଷରୁ ଇଣ୍ଡିିିଆ  ଇଣ୍ଟରନ୍ୟାସନାଲ ସେଣ୍ଟରରେ ପ୍ରଦତ୍ତ ଦ୍ୱିତୀୟ  ଇଣ୍ଡିଆନ ଜର୍ଣ୍ଣାଲିଜିମ୍‌ ଆୱାର୍ଡ ଏବଂ ନବମ ଓଡିଶା  ଜର୍ଣ୍ଣାଲିଜିମ୍‌ ଆୱାର୍ଡ ସମାରୋହରେ ଛଅ ଜଣ  ପ୍ରତିଭାବାନ ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ  କରାଯାଇଛି । ଅନ୍ୟତମ ଅତିଥି ବକ୍ତା ଭାବେ ବିଶିଷ୍ଟ କୂଟନୀତିଜ୍ଞ ତଥା କବି ଅମରେନ୍ଦ୍ର ଖଟୁଆ ଏବଂ  ସାହିତ୍ୟ ଆଜତକ୍‌ର ସଂପାଦକ ଜୟପ୍ରକାଶ ପାଣ୍ଡେ  ଯୋଗ ଦେଇ ସାହିତ୍ୟ ଏବଂ ସାମ୍ବାଦିକତା ପରସ୍ପର  ପରିପୂରକ ଏବଂ ସାମ୍ବାଦିକତା କ୍ଷେତ୍ରରର ସାହିତ୍ୟର  ଅଗ୍ରଣୀ ଭୂମିକା ରହିଥିବା କହିଥିଲେ । ଇଣ୍ଡିଆନ  ଜର୍ଣ୍ଣାଲିଜିମ୍‌ ଆୱାର୍ଡରେ ସମ୍ମାନିତ ହୋଇଥିଲେ  ନବୋଦୟ ଟାଇମ୍ସର କାର୍ଯ୍ୟନିର୍ବାହୀ ସଂପାଦକ ଅକୁ  ଶ୍ରୀବାସ୍ତବ, ଜିନ୍ଦେଗୀ ଉଇଥ୍‌ ରିଚା ୟୁଟ୍ୟୁବ୍‌ ଚ୍ୟାନେଲ୍‌ର  ପ୍ରଯୋଜକ ଏବଂ ଉପସ୍ଥାପିକା ରିଚା ଅନିରୁଦ୍ଧ ଏବଂ  ଏନଡିଟିଭିର ବୈଦେଶିକ ସଂକ୍ରାନ୍ତ ଏବଂ ଜାତୀୟ  ସୁରକ୍ଷା ସମ୍ବନ୍ଧୀୟ ସଂପାଦକ ଆଦିତ୍ୟରାଜ କୌଲ ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button