
ନୂଆଦିଲ୍ଲୀ ୧୦।୧: ପାକିସ୍ତାନ ସରକାରୀ ସମାଚାର ଚ୍ୟାନେଲ ‘ଏସିୟା ୱାନ୍_ନ୍ୟୁଜ୍’ର ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତ ସରକାର ବ୍ଲକ କରିଦେଇଛନ୍ତି। ଭାରତ ବିରୋଧୀ ଅପପ୍ରଚାର ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମେ ୨୦୨୫ରେ ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ପରେ ଆରମ୍ଭ ହୋଇଥିବା ଭାରତ-ପାକିସ୍ତାନ ସଂଘର୍ଷ ବାଦେ ଏସିୟା ୱାନ୍ କୁ ପାକିସ୍ତାନର ସୂଚନା ଯୁଦ୍ଧର ଅଂଶ ମନେ କରାଯାଉଥିଲା ଓ ଏହାକୁ ଭୁଲ ସୂଚନା ପ୍ରସାର ପାଇଁ ଉପଯୋଗ କରାଯାଉଥିଲା। ଏହାର ସାମ୍ବାଦିକ ନିୟମିତ ଭାରତ ବିରୋଧୀ ଭୁଲ ସୂଚନା ପ୍ରସାରଣ କରୁଥିଲେ।
ନିକଟରେ ଚ୍ୟାନେଲର ଏକ ରିପୋର୍ଟର ତଥ୍ୟ କୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଯାଞ୍ଚକରିଥିଲା। ଏହି ଚ୍ୟାନେଲ ନିଜକୁ ପାକିସ୍ତାନର ପ୍ରଥମ ଉପଗ୍ରହ ଆଧାରିତ ବୈଶ୍ୱିକ ‘ଇଂରାଜୀ’ ସମାଚାର ନେଟୱାର୍କ ବୋଲି ଦାବି କରୁଛି, ହେଲେ ଏଥିରେ ବିଦେଶୀ ଆଙ୍କରଙ୍କୁ ବ୍ୟବହାର କରାଯାଉଛି ଓ କତାରର ଅଲ-ଜଜିରା ଏବଂ ତୁର୍କିର ଟିଆରଟି ୱାର୍ଲଡ ଭଳି ଏଡିଟିଂ ନିର୍ମାଣ ଶୈଳୀ ଆପଣଉଛି। ଭାରତୀୟ ସୁରକ୍ଷା ବିଶେଷଜ୍ଞ ଓ ମିଡିଆ ରିପୋର୍ଟ ଏହି ଚ୍ୟାନେଲକୁ ପାକିସ୍ତାନୀ ସାମରିକ ସଂସ୍ଥା ଯେଉଁଥିରେ ଆଇଏସଆଇ ଓ ଏହାର ମିଡିଆ ଶାଖା ଆଇଏସପିଆର ମଧ୍ୟ ସାମିଲ ଅଛି।
ଆରମ୍ଭ ପରଠାରୁ ଏସିୟା ୱାନରେ ଭାରତରେ ଅପରେସନ ସିନ୍ଦୂର, ଜମ୍ମୁ ଓ କାଶ୍ମୀର, ସୀମାପାର ଆତଙ୍କବାଦ ଓ ଦ୍ୱିପାକ୍ଷୀୟ ସମ୍ବଦ୍ଧ ସମ୍ପର୍କିତ ଖବରକୁ ମୋଡି ମକଚି ଉପସ୍ଥାପନ କରିବା ସହ ପାକିସ୍ତାନୀ ସେନାର ଦୃଷ୍ଟିକୋଣକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ହୋଇ ଆସୁଛି। ତେବେ ଭାରତ ଦ୍ୱାରା ଲଗାଯାଇଥିବା କଟକଣା ପୂର୍ବରୁ ନିଆଯାଇଥିବା ପଦକ୍ଷେପର ଅନୁସରଣ କରୁଛି। ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ଓ ଅପରେସନ ସିନ୍ଦୂର ପରେ ଭାରତ ଭୁଲ ସୂଚନା ପ୍ରସାରଣ ପାଇଁ ୧୨ରୁ ଅଧିକ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଓ ଅନେକ ପାକିସ୍ତାନୀ ସାମ୍ବାଦିକଙ୍କ ଉପରେ କଟକଣା ଜାରି କରିଥିଲା। ଏହି କଟକଣା ଏବେବି ବଳବତ୍ତର ରହିଛି।
ସୌଜନ୍ୟ Prameya News7