ନୂଆଦିଲ୍ଲୀ: ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ର ପ୍ରଥମ ୨୦ ମ୍ୟାଚ୍ ଲାଗି ସୂଚୀ ବୁଧବାର ଘୋଷିତ ହୋଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୧୦ ଦଳ ଭାଗନେଉଥିଲା ବେଳେ ମୋଟ ୮୪ ମ୍ୟାଚ୍ ଖେଳାଯିବ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳର ବିଧାନସଭା ନିର୍ବାଚନ ଥିବାରୁ ଏବେ କେବଳ ପ୍ରଥମ ପର୍ଯ୍ୟାୟ ଲାଗି ସୂଚୀ ଘୋଷିତ ହୋଇଛି। ଏହି ରାଜ୍ୟଗୁଡ଼ିକ ଲାଗି ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ମ୍ୟାଚ୍ ସୂଚୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ଡିଫେଣ୍ଡିଂ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଓ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ମୁକାବିଲାରୁ ଚଳିତ ସଂସ୍କରଣର ଶୁଭାରମ୍ଭ ହେବ। ଏହି ଉଦ୍ଘାଟନୀ ମୁକାବିଲା ଆର୍ସିବିର ଘରୋଇ ପଡ଼ିଆ ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯିବ। ହେଲେ ଏହି ୨୮ ତାରିଖ ମ୍ୟାଚ୍ କର୍ଣ୍ଣାଟକ ସରକାରଙ୍କ ଅନୁମତି ଅପେକ୍ଷା ରହିଛି। ୧୩ ତାରିଖରେ ସରକାରଙ୍କ ଦ୍ବାରା ଗଠିତ କମିଟି ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ଯାଞ୍ଚ କରିବେ। ଏହାପରେ ଏଠାରେ ମ୍ୟାଚ୍ ଆୟୋଜନ ଲାଗି ପ୍ରସ୍ତୁତି କାର୍ଯ୍ୟ ହେବ ବୋଲି ଆଇପିଏଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଗତ ବର୍ଷ ଏଠାରେ ଆର୍ସିବିର ଆଇପିଏଲ୍ ବିଜୟ ଉତ୍ସବ ପାଳନ ବେଳେ ଦଳଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଷ୍ଟାଡିୟମ୍ରେ ମ୍ୟାଚ୍ କରାଇବା ନେଇ ବାସନ୍ଦ ଲାଗିଥିଲା। ନିକଟରେ କର୍ଣ୍ଣାଟକ ସରକାର ଆଇପିଏଲ୍ ମ୍ୟାଚ୍ ଲାଗ ଅନୁମତି ଦେଇଥିଲେ।
ଆହୁରି ପଢ଼ନ୍ତୁ: Blind in India: ଦୃଷ୍ଟିବାଧିତ କ୍ରିକେଟ୍କୁ ବିସିସିଆଇର ସମର୍ଥନ
ଏହି ୧୯ତମ ସଂସ୍କରଣର ଦ୍ବିତୀୟ ମ୍ୟାଚ୍ ୱାଙ୍ଖ୍ଡ଼େ ଷ୍ଟାଡିୟମ୍ରେ ଖେଳାଯିବ। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍କାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ପ୍ରଥମ ସପ୍ତାହାନ୍ତରେ ଡବଲ୍ ହେଡର୍ ମ୍ୟାଚ୍ ନଥିଲା ବେଳେ ଘୋଷିତ ୨୦ ମ୍ୟାଚ୍ ସୂଚୀରେ ୪ଟି ଡବଲ୍ ହେଡର୍ ମ୍ୟାଚ୍ (ଏପ୍ରିଲ ୪-୫ ଓ ୧୧-୧୨) ରଖାଯାଇଛି।
ତାରିଖ ମ୍ୟାଚ୍ ସ୍ଥାନ ସମୟ
| ତାରିଖ | ମ୍ୟାଚ୍ | ସ୍ଥାନ | ସମୟ |
|---|---|---|---|
| ମାର୍ଚ୍ଚ 28 | ବେଙ୍ଗାଲୁରୁ vs ହାଇଦ୍ରାବାଦ | ବେଙ୍ଗାଲୁରୁ | ରାତି 7:30 |
| ମାର୍ଚ୍ଚ 29 | ମୁମ୍ବାଇ vs କୋଲକାତା | ମୁମ୍ବାଇ | ରାତି 7:30 |
| ମାର୍ଚ୍ଚ 30 | ରାଜସ୍ଥାନ vs ଚେନ୍ନାଇ | ଗୁଆହାଟୀ | ରାତି 7:30 |
| ମାର୍ଚ୍ଚ 31 | ପଞ୍ଜାବ vs ଗୁଜରାଟ | ନ୍ୟୁଚଣ୍ଡିଗଡ଼ | ରାତି 7:30 |
| ଏପ୍ରିଲ 1 | ଲକ୍ଷ୍ନୌ vs ଦିଲ୍ଲୀ | ଲକ୍ଷ୍ନୌ | ରାତି 7:30 |
| ଏପ୍ରିଲ 2 | କୋଲକାତା vs ହାଇଦ୍ରାବାଦ | କୋଲକାତା | ରାତି 7:30 |
| ଏପ୍ରିଲ 3 | ଚେନ୍ନାଇ vs ପଞ୍ଜାବ | ଚେନ୍ନାଇ | ରାତି 7:30 |
| ଏପ୍ରିଲ 4 | ଦିଲ୍ଲୀ vs ମୁମ୍ବାଇ | ଦିଲ୍ଲୀ | ଅପରାହ୍ଣ 3:30 |
| ଏପ୍ରିଲ 4 | ଗୁଜରାଟ vs ରାଜସ୍ଥାନ | ଅହମଦାବାଦ | ରାତି 7:30 |
| ଏପ୍ରିଲ 5 | ହାଇଦ୍ରାବାଦ vs ଲକ୍ଷ୍ନୌ | ହାଇଦ୍ରାବାଦ | ଅପରାହ୍ଣ 3:30 |
| ଏପ୍ରିଲ 5 | ବେଙ୍ଗାଲୁରୁ vs ଚେନ୍ନାଇ | ବେଙ୍ଗାଲୁରୁ | ରାତି 7:30 |
| ଏପ୍ରିଲ 6 | କୋଲକାତା vs ପଞ୍ଜାବ | କୋଲକାତା | ରାତି 7:30 |
| ଏପ୍ରିଲ 7 | ରାଜସ୍ଥାନ vs ମୁମ୍ବାଇ | ଗୁଆହାଟୀ | ରାତି 7:30 |
| ଏପ୍ରିଲ 8 | ଦିଲ୍ଲୀ vs ଗୁଜରାଟ | ଦିଲ୍ଲୀ | ରାତି 7:30 |
| ଏପ୍ରିଲ 9 | କୋଲକାତା vs ଲକ୍ଷ୍ନୌ | କୋଲକାତା | ରାତି 7:30 |
| ଏପ୍ରିଲ 10 | ରାଜସ୍ଥାନ vs ବେଙ୍ଗାଲୁରୁ | ଗୁଆହାଟୀ | ରାତି 7:30 |
| ଏପ୍ରିଲ 11 | ପଞ୍ଜାବ vs ହାଇଦ୍ରାବାଦ | ନ୍ୟୁଚଣ୍ଡିଗଡ଼ | ଅପରାହ୍ଣ 3:30 |
| ଏପ୍ରିଲ 11 | ଚେନ୍ନାଇ vs ଦିଲ୍ଲୀ | ଚେନ୍ନାଇ | ରାତି 7:30 |
| ଏପ୍ରିଲ 12 | ଲକ୍ଷ୍ନୌ vs ଗୁଜରାଟ | ଲକ୍ଷ୍ନୌ | ଅପରାହ୍ଣ 3:30 |
| ଏପ୍ରିଲ 12 | ମୁମ୍ବାଇ vs ବେଙ୍ଗାଲୁରୁ | ମୁମ୍ବାଇ | ରାତି 7:30 |
ସୌଜନ୍ୟ ସମ୍ବାଦ
