ପିଲାଟି ବେଳୁ ଥିଲେ ଭାରି ଭଦ୍ର, କଳାକାର ସଉକ୍‌ରୁ ହୋଇଗଲେ କୁବେର ଖଣି ଅଧିକାରୀ

ପିଲାବେଳୁ ସରଳ, ଭଦ୍ର ଓ ମେଧାବୀ ଥିବା ମୁନା କିଭଳି ଏତେ ଅର୍ଥ ଲୋଭୀ ହେଲେ ତାକୁ ନେଇ ସାରା ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠି ଏବେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ମୁନା ଭଦ୍ରକ ଜିଲ୍ଲା ହାଇସ୍କୁଲର ଜଣେ ଭଲ ଛାତ୍ର ଥିଲେ ।

କଟକ ୨୬/୦୨: ଚର୍ଚ୍ଚାରେ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଓରଫ ମୁନା । ଭିଜିଲାନ୍ସ ବିଭାଗ ଗିରଫ କରିବା ପରେ ଭଦ୍ରକରେ ହଇଚଇ । ପିଲାବେଳୁ ସରଳ, ଭଦ୍ର ଓ ମେଧାବୀ ଥିବା ମୁନା କିଭଳି ଏତେ ଅର୍ଥ ଲୋଭୀ ହେଲେ ତାକୁ ନେଇ ସାରା ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠି ଏବେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ମୁନା ଭଦ୍ରକ ଜିଲ୍ଲା ହାଇସ୍କୁଲର ଜଣେ ଭଲ ଛାତ୍ର ଥିଲେ । ପିଲା ବେଳୁ ସଙ୍ଗୀତ ପ୍ରିୟ ଥିଲେ ।

କଳାକାର ହେବାକୁ ଆଶା କରିଥିଲେ । ସବୁବେଳେ ସେ ବଡ଼ ଫିଲ୍ଲରେ ଅଭିନୟ କରିବାକୁ ସୁଯୋଗ ଖୋଜୁଥିଲେ । ମାଟ୍ରିକ ପରେ ଯୁକ୍ତ ଦୁଇ ବିଜ୍ଞାନ ଭଦ୍ରକ କଲେଜରେ ପଢିବା ବେଳକୁ ରସିକ ରାଜା ଭାବେ ତାଙ୍କ ପରିଚୟ ବଢିଥିଲା । ଏହି ସମୟରେ ସେ ସାଙ୍ଗରେ ବେହେଲା ଓ ଗିଟାର ଧରି ବୁଲୁଥିଲେ । ଅପରାହ୍ନରେ ଭଦ୍ରକ ସାଳନ୍ଦୀ ତଟରେ ତାଙ୍କ ମେଳି ବେଶ ଜମୁଥିଲା ।

ଯୁକ୍ତ ଦୁଇ ପରେ ସେ କେନ୍ଦୁଝରର ସରକାରୀ ମାଇନିଂ କଲେଜରେ ପଢିଥିଲେ । ବିଳମ୍ବରେ ଚାକିରି ମିଳିଥିଲା । ପାଠପଢା ପରେ ଭଦ୍ରକ ସହରରେ ଭିନ୍ନ ଆନ୍ଦାଜର ମୁନା ଭାଇ ଗ୍ରୁପ୍ ଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ କରି ବଡ଼ ବଡ଼ ସେଲିବ୍ରିଟି ଆଣି ଚକ୍ମା ଦେଖାଉଥିଲେ । ତାଙ୍କ କାର୍ଯ୍ୟକ୍ରମ ପୂରା ଭିନ୍ନ ଥିଲା । ଏପରିକି ତାଙ୍କୁ ମୁନା ଭାଇ ଏମ୍ବିବିଏସ୍ ଭାବେ ଅନେକ ସାଥୀ ଡାକୁଥିଲେ । ଦୁଇ ଦିନ ହେଲା ଗଣମାଧ୍ୟମରେ ମୁନାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଭିଜିଲାନ୍ସ ଚଢ଼ଉ ବେଳେ ତାଙ୍କ ଘରୁ ୪ କୋଟି ୨୭ ଲକ୍ଷ ଟଙ୍କା ଜବତ ହୋଇଛି ।

ଭିଜିଲାନ୍ସ ଇତିହାସରେ ଏହା ସର୍ବାଧିକ ଅର୍ଥ ଜବତ ବୋଲି କୁହାଯାଉଛି । ବୁଧବାର ମୁନାଙ୍କ ଭଦ୍ରକ ମଠସାହିସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ଉ କରି ଫେରିଛି । ନଗଦ ରାଶି ଓ ଅମାପ ସମ୍ପତ୍ତି ମିଳିଛି । ମୁନାଙ୍କ ଯୁବକ ବେଳର କଳାକାର ରସିକ ରାଜାରୁ ମୁନା ଭାଇ ଏମ୍ବିବିଏସ ଯାଏଁ ତାଙ୍କର ସବୁ ପୁରୁଣା କଥା ଏବେଚା ଖଟିରୁ ନେଇ ପାନ ଦୋକାନ, ଛକ, ବଜାରରେ ଗୁଞ୍ଜରିତ ହେଉଛି ।

ଆହୁରି ରୋଚକ କଥା:

୮ ହଜାର ଦରମାରୁ ଚାକିରି:

୨୨ ବର୍ଷରେ କୁବେର ଦେବବ୍ରତ ମହାନ୍ତି ୨୦୦୪ରେ ବଲାଙ୍ଗିର ଖଣି କାର୍ଯ୍ୟାଳୟରେ କନିଷ୍ଠ ଖଣି ଅଧିକାରୀ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ୮ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିବା ଶ୍ରୀ ମହାନ୍ତି ୨୨ ବର୍ଷ ଭିତରେ କୁବେର ବନିଯାଇଛନ୍ତି । ବଲାଙ୍ଗିରରେ ଦୁଇ ବର୍ଷ ଚାକିରି କଲା ପରେ ସେ ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ବାରିପଦା, ୨୦୦୯ରୁ ୨୦୧୧ ବ୍ରହ୍ମପୁର, ୨୦୧୧ରୁ ୨୦୧୪ କଟକ ଏବଂ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର ରାଜ୍ୟ ଖଣି ନିଗମ ମୁଖ୍ୟାଳୟରେ ସମାନ ପଦବିରେ ଥିଲେ ।

ମାର୍ଚ୍ଚ ୨୦୧୮ରେ ସହକାରୀ ଖଣି ଅଧିକାରୀ ପଦବିକୁ ପଦୋନ୍ନତି ପାଇ ସମ୍ବଲପୁରରେ ଯୋଗ ଦେଇଥିଲେ । ଏପ୍ରିଲ ୨୦୨୨ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସେ ଫୁଲବାଣୀରେ ଖଣି ଅଧିକାରୀ ଥିଲେ । ଫୁଲବାଣୀରେ କାମ କରିବା ମଧ୍ୟରେ ବୌଦ୍ଧ ଏବଂ ନୟାଗଡ ଜିଲ୍ଲା ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ପରିସର ଥିଲା । ଜାନୁଆରୀ ୭ରୁ ସେ କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ତାଙ୍କ ଅଧୀନରେ କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଥିଲା । ଉକ୍ତ ଜିଲ୍ଲାର କୋଇଲା ବ୍ୟବସାୟୀ ଓ ବାଲି ମାଫିଆଙ୍କଠାରୁ ସେ ଆଖି ବୁଜା ଲାଞ୍ଚ ନେଉଥିଲେ ବୋଲି ଭିଜିଲାନ୍ସ ତଦନ୍ତରୁ ଜାଣିବାକୁ ପାଇଛି ।

ସୌଜନ୍ୟ Prameya News7

Exit mobile version