ଦେଶ ବିଦେଶ

ପୁଣି ଆନ୍ଦୋଳନ କରିବେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ: ପରିବେଶ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ପୁଣି ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଲଦାଖ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଠୋସ ପ୍ରତିଶ୍ରୁତି ନ ମିଳିଲେ ଆସନ୍ତା ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି। ବୁଧବାର ଦିଲ୍ଲୀରେ ଲେହ ଓ କାର୍ଗିଲ ନେତାଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ଉପରେ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୱାଙ୍ଗଚୁକ କହିଛନ୍ତି ଯେ ସରକାରଙ୍କ ଉପରେ ଆମର ଭରସା ଅଛି, ସେଥିପାଇଁ ସବୁବେଳେ ଆଲୋଚନା କରୁଛୁ। ଏହି ଭରସା ଭାଙ୍ଗିବ ନାହିଁ ବୋଲି ଆଶା। ବହୁତ ଭଲ ପରିବେଶରେ ଦିଲ୍ଲୀରେ ବୈଠକ ହୋଇଥିଲେ ବି କୌଣସି ଫଳାଫଳ ବାହାରି ପାରି ନ ଥିଲା। ଚାରି ମାସ ତଳେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତା’ର ପୁନରାବୃତ୍ତି କରାଯାଇଥିଲା। କୌଣସି ନୂଆ ପ୍ରସ୍ତାବ କିମ୍ବା ଲଦାଖର ଦାବି ନେଇ ସ୍ପଷ୍ଟ ଜବାବ ଦିଆଯାଇ ନ ଥିଲା। ସ୍ଥାନୀୟ ପ୍ରଶାସନ ଓ ତୃଣମୂଳସ୍ତରର ନିୟମରେ କୌଣସି ବଡ଼ ପରିବର୍ତ୍ତନ ନ କରିବାକୁ ପ୍ରତିଶ୍ରୁତି ମଧ୍ୟ ସରକାର ଦେଇ ନ ଥିଲେ। କେବଳ ଅକ୍ଟୋବରରେ ପରବର୍ତ୍ତୀ ବୈଠକ ହେବ ବୋଲି କୁହାଯାଇଥିଲା। ଏହାକୁ ନେଇ ସରକାରଙ୍କ ଉପରେ ଭରସା ହ୍ରାସ ପାଇବାରେ ଲାଗିଛି ଓ ଅବିଶ୍ବାସ ବଢୁଛି ବୋଲି ସୋନମ କହିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button