ଜିଲ୍ଲାରାଜ୍ୟ

ପୁଣି ଭାଲୁ ଆତଙ୍କ: ଲୋକେ ଭୟଭୀତ

ବଲାଙ୍ଗୀର,୯ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ରେଞ୍ଜ ସର୍ଗୀଗଡ଼ା ଗାଁଭିତରେ ପୁଣି ବୁଲିଲା ଭାଲୁ। ଗାଁ ନିକଟରେ ଜଙ୍ଗଲ ଥିବାରୁ ଜଙ୍ଗଲ ଦେଇ ଗାଁକୁ ଭାଲୁ ଆସିଥିବା କୁହାଯାଉଛି। ଗାଁ ଭିତରେ ଭାଲୁ ବୁଲୁଥିବା ଦେଖିବା ପରେ ଗାଁଲୋକେ ଏବେ ଭୟଭୀତ ଅଛନ୍ତି। ପୂର୍ବରୁ ମୁରିବାହାଲ ଓ କଣ୍ଟାବାଞ୍ଜି ରେଞ୍ଜରେ ବୁଲୁଥିଲେ ଦୁଇଟି ଭାଲୁ। କିଛିଦିନ ତଳେ ଭାଲୁ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିଲା। ମୁରିବାହାଲ ଅଞ୍ଚଳରେ ବୁଲୁଥିବା ଭାଲୁକୁ କନ୍ଧବାହାଲ ଗାଁ ନିକଟରେ କଣ୍ଟାବାଞ୍ଜି ବନ ବିଭାଗ କାବୁ କରି ହରିଶଙ୍କରକୁ ନେଇଥିଲା। କିନ୍ତୁ ଆଉ ଗୋଟିଏ ଭାଲୁ ଏବେ ପୁଣି ବୁଲୁଥିବା ଲୋକେ ଦେଖିବାକୁ ପାଇଲେଣି। କିଛିଦିନ ତଳେ ଭାଲୁ ଜଣଙ୍କର ଜୀବନ ନେଇଥିବା ବେଳେ ଆଉ ଗୋଟାଏ ଭାଲୁ ବୁଲୁଥିବା ଦେଖି ଗାଁରେ ଲୋକେ ଭୟଭୀତ ଅଛନ୍ତି। ଭାଲୁଟି ସର୍ଗିଗୁଡ଼ା ଗାଁରେ ଥିବା ବେଳେ ରାତି ହେଲେ ପୁଞ୍ଜିପଥର ଜଙ୍ଗଲରେ ଘୂରି ବୁଲୁଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ଭାଲୁକୁ ଧରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ପୂର୍ବରୁ ଜଙ୍ଗଲ ବିଭାଗ ବୁଲୁଥିବା ଭାଲୁକୁ ଯେମିତି ଧରିଥିଲା ସେହିପରି ବନବିଭାଗ ପୁଣି ଥରେ ଭାଲୁ କୁ ଧରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ଭାଲୁ ଆଖୁ ଚାଷକୁ ନଷ୍ଟ କରୁଥିବାରୁ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button