ବାଲେଶ୍ୱର: ସାଥିରେ ଝୁଲି ପଡ଼ିଲେ ଶାଳୀ ଭିଣେଇ। ବାଲେଶ୍ଵର ଚାନ୍ଦିପୁର ଥାନା ଅର୍ନ୍ତଗତ ଶାହାର୍ଦ୍ଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରେମୁଣା ଅଞ୍ଚଳର ରବି ମାଝୀ ଓ ତାଙ୍କ ଶାଳୀ ମୁନି ମୁର୍ମୁ ଗତ ୧୦ ରୁ ୧୨ ଦିନ ହେଲା ନିଖୋଜ ଥିଲେ। ତେବେ ଉଭୟ ଶାଳୀ ଓ ଭିଣୋଇ ଗତ କାଲି ବାହା ହୋଇ ଶଶୁର ଘର ଗ୍ରାମ ଶାହାର୍ଦ୍ଦାକୁ ଫେରିଥିଲେ।
ହେଲେ ସୋମବାର ଉଭୟ ଶାଳୀ ଓ ଭିଣେଇ ଘର ଭିତର ପଙ୍ଖାରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।
ମିଳିଥିବା ସୂଚନା ମୁତାବକ ମୃତ ଯୁବକ ରବି ମାଝୀଙ୍କର ତାଙ୍କ ଶାଳୀ ମୁନୁ ମୁର୍ମୁଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। କିଛି ବର୍ଷ ଉଭୟ ପରସ୍ପରକୁ ଭଲପାଇବା ପରେ ଗତକାଲି ଉଭୟ ବିବାହ ମଧ୍ୟ କରିଥିଲେ। ବିବାହ କରିବା ପରେ ସେମାନ ଗତକାଲି ରବିବାର ଘରକୁ ଫେରିଥିଲେ। ହେଲେ ସୋମବାର ସକାଳ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୁଲିସକୁ ସନ୍ଦେହର ପକାଇଛି।
ମୃତକ ଭିଣେଇ ରବି ମାଝୀ ୪ ବର୍ଷ ତଳେ ମୃତା ଶାଳୀ ମୁନି ମୁର୍ମୁଙ୍କ ଭଉଣୀକୁ ବିବାହ କରିଥିଲେ। ହେଲେ ହେଲେ ମୁନୀ ମଧ୍ୟ ଭଉଣୀଙ୍କ ସହ ରହୁଥିଲେ। ଫଳରେ ଭିଣୋଇଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ତେବେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୂରା ଖବର ସାମ୍ନାକୁ ଆସିବ। ତେବେ ରବି ଓ ମୁନୀ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଟଙ୍ଗାଇ ଦେଇଛି ସେ ନେଇ ନାନା ପ୍ରଶ୍ନ ଉଠିଛି। ତେବେ ପୁଲିସ ବିଭିନ୍ନ ଆଙ୍ଗଲରୁ ତଦନ୍ତ କରୁଛି।
ସୌଜନ୍ୟ Prameya News7

