ବାତ୍ୟା ଅକଭାନ୍ରେ ବଙ୍ଗୋପସାଗରରେ ଆନ୍ଧ୍ରର ୭ ଧୀବର ନିଖୋଜ; ନୌସେନା ଓ ତଟରକ୍ଷୀ ବାହିନୀର ବ୍ୟାପକ ସର୍ଚ୍ଚ ଅପରେସନ୍
ମତ୍ସ୍ୟପାଳନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ପି ଶଙ୍କର ରାଓ କହିଛନ୍ତି, ଉପ୍ପଡ଼ ମଣ୍ଡଳର ଶୁଭମ୍ପେଟା ଗ୍ରାମରୁ ଦୁଇଟି ମାଛଧରା ବୋଟ୍ ନଭେମ୍ବର ୪ରେ ବଙ୍ଗୋପସାଗରକୁ ଯାଇଥିଲା । ଏହି ବୋଟ୍ ଦୁଇଟି ନଭେମ୍ବର ୧୧ରେ ବିଶାଖାପାଟଣାରେ ପହଞ୍ଚିଥିଲା । ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯିବା ସମ୍ପର୍କରେ ଧୀବରମାନେ ସେମାନଙ୍କ ପରିବାରକୁ ଜଣାଇଥିଲେ ।

ନୂଆଦିଲ୍ଲୀ : ବାତ୍ୟା ଅକଭାନ୍ ଯୋଗୁ ବଙ୍ଗୋପସାଗରରେ ୭ ଜଣ ଧୀବର ନିଖୋଜ ହୋଇଯାଇଛନ୍ତି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାର ଏହି ଧୀବରମାନଙ୍କୁ ଖୋଜିବା ପାଇଁ ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ ଓ ଅନ୍ୟ ସାମୁଦ୍ରିକ ସଂସ୍ଥାଗୁଡ଼ିକ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି ।
ମତ୍ସ୍ୟପାଳନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ପି ଶଙ୍କର ରାଓ କହିଛନ୍ତି, ଉପ୍ପଡ଼ ମଣ୍ଡଳର ଶୁଭମ୍ପେଟା ଗ୍ରାମରୁ ଦୁଇଟି ମାଛଧରା ବୋଟ୍ ନଭେମ୍ବର ୪ରେ ବଙ୍ଗୋପସାଗରକୁ ଯାଇଥିଲା । ଏହି ବୋଟ୍ ଦୁଇଟି ନଭେମ୍ବର ୧୧ରେ ବିଶାଖାପାଟଣାରେ ପହଞ୍ଚିଥିଲା । ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯିବା ସମ୍ପର୍କରେ ଧୀବରମାନେ ସେମାନଙ୍କ ପରିବାରକୁ ଜଣାଇଥିଲେ । ତେବେ ଗୋଟିଏ ବୋଟ୍ ସୁରକ୍ଷିତ ଫେରିଥିବା ବେଳେ ଅନ୍ୟଟି ଫେରିନାହିଁ । ଏଥିରେ ୭ ଜଣ ଧୀବର ଥିଲେ ।
ନଭେମ୍ବର ୧୪ରେ ସିମହଦ୍ରୀ ନାମକ ଜଣେ ଧୀବର ତାଙ୍କ ପତ୍ନୀଙ୍କୁ ଫୋନ୍ କରି ବାତ୍ୟା ପ୍ରଭାବରେ ସେମାନେ ଅଶାନ୍ତ ସମୁଦ୍ରରେ ଫସିଥିବା ଜଣାଇଥିଲେ । ଏହାପରଠାରୁ ସେମାନଙ୍କ ସହ ଆଉ ଯୋଗାଯୋଗ ହୋଇପାରିନାହିଁ । ନଭେମ୍ବର ୨୦ରେ ବାତ୍ୟା ଅକଭାନ୍ ଓଡ଼ିଶାର ଗଞ୍ଜାମରେ ସ୍ଥଳଭାଗ ଛୁଇଁବା ପର୍ଯ୍ୟନ୍ତ ଧୀବରମାନେ ଫେରିବେ ବୋଲି ପରିବାର ସଦସ୍ୟ ଆଶା ରଖିଥିଲେ । କିନ୍ତୁ ସେମାନେ ନ ଫେରିବାରୁ ପରିବାର ଲୋକେ ନୌସେନା ଓ ତଟରକ୍ଷୀ ବାହିନୀକୁ ଜଣାଇଥିଲେ । ଏହାପରେ ଉଭୟ ସଂସ୍ଥା ପକ୍ଷରୁ ଖୋଜାଖୋଜି ଜୋରଦାର କରାଯାଇଛି ।
ସୌଜନ୍ୟ ସମ୍ବାଦ




