Jensen Huang: ଏଆଇ ଫଟୋରେ ଜେନସେନ୍ଙ୍କୁ ସ୍ବାଗତ କଲେ ଟ୍ରମ୍ପ
ଏନ୍ଭିଡିଆର ସିଇଓ ଭାବେ ଜେନସେନ୍ ହୁଆଙ୍ଗ ପୁନଃଅବସ୍ଥାପିତ ହେବା ପରେ ତାଙ୍କୁ ଏକ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଏକ ଏଆଇ ଫଟୋ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ୱାସିଂଟନ: ଏନ୍ଭିଡିଆର ସିଇଓ ଭାବେ ଜେନସେନ୍ ହୁଆଙ୍ଗ ପୁନଃଅବସ୍ଥାପିତ ହେବା ପରେ ତାଙ୍କୁ ଏକ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଏକ ଏଆଇ ଫଟୋ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେଥିରେ ଟ୍ରମ୍ପଙ୍କୁ ପେନସିଲଭାନିଆରେ ୨୦୨୪ ମସିହାରେ ହୋଇଥିବା ମରଣାନ୍ତକ ଗୁଳିମାଡ଼ ଘଟଣା ସମୟର ଦୃଶ୍ୟ ରହିଛି। କିନ୍ତୁ ଭିନ୍ନତା ହେଉଛି ଫଟୋରେ ଟ୍ରମ୍ପଙ୍କ ସ୍ଥାନରେ ଜେନସେନ୍ ଅଛନ୍ତି।
ଏଥିସହିତ ଜେନସେନ୍ ହାତରେ ଏକ ଲାଲ ଅନ୍ତଃବସ୍ତ୍ର ଧରିଥିବାବେଳେ ପଛପଟେ ଏନ୍ଭିଡିଆର ପତାକା ରହିଛି। ୨୦୨୪ରେ ଟ୍ରମ୍ପଙ୍କ ଗାଲରେ ରକ୍ତ ଲାଗିଥିବା ଭଳି ଜେନସେନଙ୍କ ଗାଲରେ ମଧ୍ୟ ରକ୍ତ ଚିହ୍ନ ରହିଛି। ଜେନସେନଙ୍କ ପଟୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଅଭିଯୋଗ ହେଉଥିବାବେଳେ ଟ୍ରମ୍ପ ତାଙ୍କୁ କେତେ ଭଲ ପାଆନ୍ତି ଏହି ଏଆଇ ଫଟୋରୁ ତାହାର ସଂକେତ ମିଳୁଛି।
ପେନସିଲଭାନିଆରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ସେ ଯେଭଳି ପୁନର୍ବାର ଦେଶର ରାଷ୍ଟ୍ରପତି ନିର୍ବାଚିତ ହେଲେ ଜେନସେନ୍ଙ୍କ ବିରୋଧରେ ପରକୀୟା ପ୍ରୀତି ସମ୍ପର୍କର ଦାଗ ଲାଗିବା ପରେ ମଧ୍ୟ ସେ ପୁନର୍ବାର କମ୍ପାନିର ସିଇଓ ଭାବେ ଫେରିଛନ୍ତି। ଅଭିଯୋଗ ଜେନସେନ୍ଙ୍କ କ୍ୟାରିୟରକୁ ଶେଷ କରିଦେଇପାରି ନାହିଁ। ଟ୍ରମ୍ପ ଏହି ଫେଟୋ ଏଭଳି ବାର୍ତ୍ତା ଦେଉଛି।
ଅନ୍ୟପକ୍ଷରେ ଜେନସେନ୍ ହୁଆଙ୍ଗ ଏନ୍ଭିଡିଆ ସିଇଓ ଭାବେ ପୁନଃଅବସ୍ଥାପିତ ହେବା ପରେ ମୁଖ୍ୟାଳୟକୁ ଫେରିଛନ୍ତି। ସେ ମୁଖ୍ୟାଳୟରେ ପହଞ୍ଚିବା ସମୟରେ ଶହ ଶହ କର୍ମଚାରୀ ତାଳି ମାରି ଏବଂ ତାଙ୍କ ନାମ ଉଚ୍ଚାରଣ କରି ସ୍ବାଗତ କରିଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା କେତେକ ଫଟୋରେ କର୍ମଚାରୀମାନେ ବିଭିନ୍ନ ମହଲାରେ ରେଲିଂ ନିକଟରେ ଛିଡ଼ା ହୋଇ ଜେନସେନ୍ଙ୍କୁ ସ୍ବାଗତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅବସରରେ କର୍ମଚାରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଜେନସେନ୍ କ୍ଷମା ମାଗିଥିଲେ। ଦ୍ବିତୀୟ ସୁଯୋଗ ଦେଇଥିବାରୁ ଆପଣମାନଙ୍କୁ ସ୍ବାଗତ। ପ୍ରଥମ ଥର ତୁଳନାରେ ଦ୍ବିତୀୟ ଥର ଭଲ ସିଇଓ ହେବେ ବୋଲି ଜେନସେନ୍ କହିଛନ୍ତି।
ସୌଜନ୍ୟ ସମ୍ବାଦ




