ଦେଶ ବିଦେଶ

Accident: ୟୁଏଇ ରାଜପଥରେ ଦୁର୍ଘଟଣା, ଭାରତୀୟଙ୍କ ସମେତ ୧୩ ମୃତ

ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍ସ)ର ରାସ୍‌ ଅଲ୍‌ ଖେମାରେ ସୋମବାର ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଭାରତୀୟଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି।

ନୂଆଦିଲ୍ଲୀ: ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍ସ)ର ରାସ୍‌ ଅଲ୍‌ ଖେମାରେ ସୋମବାର ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଭାରତୀୟଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାରେ କେତେ ଭାରତୀୟଙ୍କର ମୃତ୍ୟୁ ହୋଇଛି ଓ କେତେ ଜଣ ଆହତ ହୋଇଛନ୍ତି ତାହା ଜଣାପଡ଼ିନି। ଦୁବାଇସ୍ଥିତ ଭାରତୀୟ ଦୂତାବାସ ଏହି ସୂଚନା ଦେଇଛି। ମୃତକଙ୍କ ପରିଚୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ।

ଭାରତୀୟ ଦୂତାବାସ କହିଛି ଯେ ମୃତକଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଇଛି। ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖାଯାଇଛି। ଦୂତାବାସ ପକ୍ଷରୁ ଏକ୍ସରେ କରାଯାଇଥିବା ପୋଷ୍ଟ୍‌ରେ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କୁହାଯାଇଛି।

ୟୁଏଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଅନୁଯାୟୀ, ରାସ୍‌ ଅଲ୍‌ ଖେମାର ଅଲ୍‌ ୱତନ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରଥମେ ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅନ୍ୟ ଦୁଇ ଆହତଙ୍କ ମୃତ୍ୟୁ ହେବାରୁ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା। ଖଲିଜ୍‌ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୪୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଟି ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button