ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ GRAP-1 ଲାଗୁ, DMRCର ବଡ଼ ନିଷ୍ପତ୍ତି… ଆଜିଠୁ ୨୦ ଅତିରିକ୍ତ ଚକ୍କର କାଟିବ ମେଟ୍ରୋ

ନୂଆଦିଲ୍ଲୀ, ୨୨/୧୦ : ରାଜଧାନୀ ବାୟୁରେ ବିଷ । ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ବାୟୁ ପ୍ରଦୂଷଣ ହେବାରେ ଲାଗିଛି । କିଛି ସ୍ଥାନରେ AQI ୩୦୦ ଟପିଛି । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ରାଜଧାନୀ ଓ ନିକଟବର୍ତ୍ତୀ ଅଞ୍ଚଳର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପକ୍ଷରୁ ଦିଲ୍ଳୀ- ଏନସିଆରରେ GRAP-1 ଲାଗୁ କରାଯାଇଛି । ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଆଜିଠୁ ରାଜଧାନୀରେ ମେଟ୍ରୋ ୨୦ ରାଉଣ୍ଡ ଅତିରିକ୍ତ ଚକ୍କର କାଟିବ । ସୋମବାରରୁ ଶୁକ୍ରବାର ଦିଲ୍ଲୀବାସୀଙ୍କୁ ଏହି ସୁବିଧା ମିଳିବ । ଗାଡି ଚଳାଚଳ କମ୍ କରିବାକୁ ଏବଂ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏହି ପଦକ୍ଷେପ ନିଆଯାଇଛି ।
ମେଟ୍ରୋ ନିର୍ମାଣ ସ୍ଥଳ, ଷ୍ଟେସନ ଏବଂ ପ୍ରଶାସନିକ କୋଠାରେ ବାୟୁମଣ୍ଡଳରେ ଧୂଳିର ପରିମାଣ ହ୍ରାସ କରିବା ପାଇଁ ୨୫୦ରୁ ଅଧିକ ଆଣ୍ଟି-ସ୍ମଗ୍ ଗନ୍ (ମିସ୍-ମାଷ୍ଟ ଗନ୍) ନିୟୋଜିତ କରାଯାଇଛି । ଡିଏମଆରସି ଅଧୀନରେ ପ୍ରାୟ ୩୧ କିଲୋମିଟର ରାସ୍ତା ମରାମତି କରାଯାଇଛି । ଏହା ଦ୍ଵାରା ଖରାପ ରାସ୍ତାରୁ ବାହାରୁଥିବା ଧୂଳିରୁ ବାୟୁ ପ୍ରଦୂଷଣ ହ୍ରାସ ପାଇବ ।
ସୌଜନ୍ୟ ପ୍ରମେୟ



