ଜାତୀୟ

Air line Industry: ବିମାନ ଭଡ଼ା ସିଧାସଳଖ ନିୟନ୍ତ୍ରଣ କରିବେନି ସରକାର,କେବଳ ଜରୁରୀ ସ୍ଥିତିରେ ହସ୍ତକ୍ଷେପ ରହିବ

ନୂଆଦିଲ୍ଲୀ,୨୨ \୧୦: ସରକାର ବିମାନ ଟିକଟ ଭଡ଼ା ସିଧାସଳଖ ନିୟନ୍ତ୍ରଣ କରିବେ ନାହିଁ । ଚାହିଦା ଏବଂ ଉପଲବ୍ଧ ସିଟ୍ ଆଧାରରେ ବିମାନ କମ୍ପାନିଗୁଡିକ ନିଜେ ଭଡ଼ା ନିର୍ଦ୍ଧାରଣ କରିପାରିବେ । ତେବେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀଙ୍କୁ ଅତ୍ୟଧିକ ଖର୍ଚ୍ଚରୁ ରକ୍ଷା କରିବା ପାଇଁ ସରକାରଙ୍କ ପାଖରେ ସର୍ବୋଚ୍ଚ ଭଡ଼ା ସୀମା ଧାର୍ଯ୍ୟ କରିବା ଅଧିକାର ରହିବ । ନୂଆ ନିୟମ ମୁତାବକ, ବିମାନ କମ୍ପାନିଗୁଡ଼ିକୁ ଭଡ଼ା ସମ୍ପର୍କିତ ସୂଚନା ଗୋଟିଏ ମାସ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ଦେବାକୁ ପଡ଼ିବ । ଏହା ସହ ନିଜସ୍ୱ ୱେବସାଇଟରେ ଏହି ତଥ୍ୟ ଦର୍ଶାଇବାକୁ ପଡ଼ିବ । କୌଣସି ବିମାନ କମ୍ପାନି ଯେଭଳି ଧାର୍ଯ୍ୟ ସୀମାରୁ ଅଧିକ ଭଡ଼ା ଆଦାୟ ନ କରିନ୍ତି ସେଥିପ୍ରତି ଡିଜିସିଏ କଡ଼ା ନଜର ରଖିବ ।

ସାମାଜିକ କର୍ମୀ ଏସ୍. ଲକ୍ଷ୍ମୀ ନାରାୟଣଙ୍କ ଆବେଦନର ଶୁଣାଣି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ପର୍ବ ପର୍ବାଣୀ ଓ ଛୁଟିଦିନଗୁଡିକରେ ବିମାନ ସଂସ୍ଥା ଗୁଡିକର ମନମୁଖୀ ଭଡ଼ା ଏବଂ ଲୁଚାଣିଆ ଚାର୍ଜ ଉପରେ ରୋକ ଲଗାଇବା ଲାଗି ୨ ସପ୍ତାହ ମଧ୍ୟରେ ନୂଆ ନିୟମ ଆସିବ । ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ କମ୍ ସଂଖ୍ୟକ ଉଡାଣ ଯୋଗୁ ପାର୍ବଣ ଋତୁରେ ଟିକଟ ଦର ଗତ ବର୍ଷ ତୁଳନାରେ ଢ଼େର ପରିମାଣରେ ବଢ଼ିଛି । ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ବିମାନ ଇନ୍ଧନ ଦର ବୃଦ୍ଧି ଯୋଗୁ ଭଡ଼ା ନିୟନ୍ତ୍ରଣ ରଖିବା ଏକ ଆହ୍ୱାନ । ଏ ନେଇ ବିମାନ କମ୍ପାନି ଏବଂ ତୈଳ ବିପଣନ କମ୍ପାନିଙ୍କ ସହ ଆଲୋଚନା ଚାଲିଛି । ବିମାନ ଇନ୍ଧନ ମହଙ୍ଗା ହେବା କାରଣରୁ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି କମ୍ପାନି ଭଡ଼ାରେ ବୃଦ୍ଧି କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button