ଭଦ୍ରକ: ବାସୁଦେବପୁର ବ୍ଲକ ଲୁଙ୍ଗା ଶ୍ରୀଧର ଏକାଦଶୀ ଉଚ୍ଚ ବିଦ୍ୟାଳୟର ଜମିକୁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ଚଞ୍ଚକତା କରି ବିକ୍ରୀ କରିଦେଇଥିବା ଖବର ସାମ୍ନାକୁ ଆସିଛି। ଉକ୍ତ ବିଦ୍ୟାଳୟର ସଭାପତିଙ୍କ ସମେତ କେତେକ ଗ୍ରାମବାସୀ ଏହି ଜମି ବିକ୍ରି ସମ୍ପର୍କରେ ଜାଣିବା ପରେ ଉକ୍ତ ଜମି ହଡପକାରୀ ବିରୁଦ୍ଧରେ ସ୍ଥାନୀୟ ତହସିଲ ସମେତ ଥାନାରେ ଏକ ଅଭିଯୋଗ କରିଛନ୍ତି।
ବିଦ୍ୟାଳୟ ନାଁରେ ଥିବା ୫ ଏକରରୁ ଉର୍ଦ୍ଧ୍ୱ ଜମି ମଧ୍ୟ୍ୟରୁ ୩ ଏକର ଜମି ବିକ୍ରୀ ହୋଇଥିବା ଜାଣି ଆଜି ଉକ୍ତ ପଞ୍ଚାୟତର ମହିଳା ଓ ପୁରୁଷ ତହସିଲଦାର ଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତୁରନ୍ତ ଏପରି ଚଞ୍ଚକତା କରିଥିବା ଲୋକଙ୍କୁ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ଏନେଇ ମାନସ ସାହୁ ନାମକ ଜଣେ ଗ୍ରାମବାସୀ ଅଭିଯୋଗ କରି ନାଁ ନନେଇ ଜଣେ ପୂର୍ବତନ ସରପଞ୍ଚଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଫିସରୁ ତଥ୍ୟ ମାଗିଲା ପରେ ପୂର୍ବତନ ସରପଞ୍ଚ ଜମି ବିକ୍ରିର ପ୍ରମୁଖ ଶାକ୍ଷୀ ପଡ଼ିଛନ୍ତି ବୋଲି ମାନସ କିହଛନ୍ତି। ତେଣୁ ତୁରନ୍ତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।
ବିଦ୍ୟାଳୟ କମିଟି ସଭାପତି ଗୋବର୍ଦ୍ଧନ ପାତ୍ର କହିଛନ୍ତି, ୧୯୭୧ ମସିହାରେ ଗଣେଷ ପ୍ରସାଦ ନାୟକ ୩ ଏକରରୁ ଅଧିକ ଜମି ସ୍କୁଲକୁ ଦାନ କରିଥିଲେ। ହେଲେ ତାହା ନାମଜାରୀ ହୋଇ ନଥିଲା। ୨୦୨୨ରେ ପୂର୍ବତନ ସରପଞ୍ଚ କାହ୍ନୁ ମଳିକ ଚଞ୍ଚକତା କରି ଜମି ବିକ୍ରି କରିଥିଲେ। ହେଲେ ପୁରୁଣା କବଲା ଦେଖିବା ପରେ ଜମି ରେଜିଷ୍ଟ୍ରି ହୋଇଥିବା ଜଣାପଡ଼ିଲା। ତେଣୁ ଜମି ସ୍କୁଲକୁ ଫେରି ଆସୁ ବୋଲି ଆମେ ଦାବି କରୁଛୁ। ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କୁ ଦଣ୍ଡିତ କରାଯାଉ ବୋଲି ସେ କହିଛନ୍ତି। ସେପଟେ ଅତିରିକ୍ତ ତହସଲିଦାର ଜୟନ୍ତ କୁମାର ରାଉତରାୟ କହିଛନ୍ତି,ତଦନ୍ତ କଲା ପରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ।
ସୌଜନ୍ୟ Prameya News7

