ବିବାହ କଲେ Big Boss ଫେମ୍ ରଜତ ଦଲାଲ, ସେୟାର କଲେ ଜୀବନସାଥିଙ୍କ ସହ ଫଟୋ

Rajat Dalal wedding: ପ୍ରସିଦ୍ଧ ଫିଟନେସ୍ ଇନଫ୍ଲୁଏନ୍ସର ରଜତ ଦଲାଲ ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ନିଜ ସ୍ତ୍ରୀଙ୍କ ସହ ଫଟୋ ସେୟାର କରି ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍ ଦେଇଛନ୍ତି।

ନୂଆଦିଲ୍ଲୀ: ଫିଟନେସ୍ ଇନଫ୍ଲୁଏନ୍ସର ଏବଂ ବିଗ୍ ବସ୍ ୧୮ ପ୍ରତିଯୋଗୀ ରଜତ ଦଲାଲ ବିବାହ କରିଛନ୍ତି । ଏକ ବ୍ୟକ୍ତିଗତ ଉତ୍ସବରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି ରଜତ । ସେ ତାଙ୍କ ବିବାହର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି । ନିଜର ସଂପର୍କକୁ ନେଇ ରଜତ ପୂର୍ବରୁ ସୂଚନା ଦେଇଥିଲେ । ସେ ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କୁ ସ୍ତ୍ରୀ ରୂପରେ ପାଇ ବହୁତ ଖୁସି ଅଛନ୍ତି ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ରଜତ ।

ରଜତ ଦଲାଲ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି

ମାର୍ଚ୍ଚ ୨୯ ରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଜୀବନର ଏକ ନୂତନ ପର୍ଯ୍ୟାୟର ଆରମ୍ଭ।’ ଫଟୋଗୁଡ଼ିକରେ ରଜତ ତାଙ୍କ ପତ୍ନୀଙ୍କ ସହ ଖୁସିରେ ଝଲସୁଛନ୍ତି। ଏକ ସୁନ୍ଦର ସ୍ଥାନରେ ରଜତ ବିବାହ କରିଛନ୍ତି। ସେପଟେ ରଜତଙ୍କ ପତ୍ନୀଙ୍କ ପରିଚୟ ଜଣାପଡ଼ି ନାହିଁ । ପ୍ରଶଂସକମାନେ ରଜତଙ୍କ ବିବାହ ଫଟୋ ଦେଖି ଖୁବ ଉତ୍ସାହିତ ହୋଇପଡ଼ିଛନ୍ତି ।

ବର ସାଜିଲେ ରଜତ

ଦଲାଲରଜତ ଯେଉଁ ଫଟୋଗୁଡ଼ିକ ସେୟାର କରିଛନ୍ତି, ସେଥିରେ ସେ ନଦୀ କୂଳରେ ତାଙ୍କ ପତ୍ନୀଙ୍କ ହାତ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ପୋଷ୍ଟରେ, ରଜତ ଏବଂ ତାଙ୍କ ପତ୍ନୀ ରାଜା ଏବଂ ରାଣୀ ପରି ଦେଖାଯାଉଛନ୍ତି । ରଜତ ଦଲାଲ ଅଫ୍-ହ୍ୱାଇଟ୍ ଶେରୱାନି ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଏକ ପାରମ୍ପରିକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ।

ପ୍ରାଇଭେଟ୍ ରଖିଥିଲେ ଲଭ୍ ଲାଇଫ୍‌

ଏକ ସାକ୍ଷାତକାରରେ ରଜତ ଦଲାଲ, ସିରିୟସ୍ ରିଲେସନସିପ୍ରେ ଥିଲେ ବୋଲି କହିଥିଲେ । ତଥାପି ସେ ନିଜ ପ୍ରେମିକାଙ୍କ ସଂପର୍କରେ ସୂଚନା ଦେଇନଥିଲେ । ହେଲେ ଶୀଘ୍ର ତାଙ୍କୁ ବିବାହ କରିବେ ବୋଲି କହିଥିଲେ ରଜତ । ରଜତ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଛନ୍ତି ଏବଂ ତାଙ୍କ ସମ୍ପର୍କ ବିଷୟରେ କେବେବି ଅଧିକ କଥା ହୋଇନାହାନ୍ତି। ସେ ପୂର୍ବରୁ ତାଙ୍କର ବିଗ ବସ୍ ସହ-ପ୍ରତିଯୋଗୀ ଚାହତ ପାଣ୍ଡେଙ୍କ ସହ ସଂପର୍କରେ ଥିଲେ । ରଜତ ଦଲାଲଙ୍କୁ ଏବେ ଟିଭି ରିଆଲିଟି ସୋ’ ଦି- ୫୦ରେ ଦେଖିବାକୁ ମିଳିଥିଲା।

 

 

 

ସୌଜନ୍ୟ Prameya News7

Exit mobile version