ମୁମ୍ଵାଇ ୩୦।୦୩; ବଲିଉଡର ‘ଫ୍ୟାଶନ୍ ଆଇକନ୍’ ସୋନମ୍ କପୁର। ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର। ସୋନମ୍ କପୁର ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି। ଅଭିନେତ୍ରୀ ୨୯ ମାର୍ଚ୍ଚ ୨୦୨୬ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ସୋନମ୍ ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କ ସହିତ ଏହି ଖବର ସେୟାର କରିଛନ୍ତି। ଏହି ଖବର ଇଣ୍ଟରନେଟରେ ଆସିବା ମାତ୍ରେ, କପୁର ଏବଂ ଆହୁଜା ପରିବାର ପାଇଁ ଅଭିନନ୍ଦନର ସୁଅ ଛୁଟିଲା।
ସୋନମଙ୍କ ପୋଷ୍ଟ
ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଏକ ନୋଟ୍ ସେୟାର କରି, ସୋନମ୍ କପୁର ଲେଖିଛନ୍ତି: “ଅପାର କୃତଜ୍ଞତା ଏବଂ ପ୍ରେମରେ ପରିପୂର୍ଣ୍ଣ ହୃଦୟ ସହିତ, ଆମେ ଘୋଷଣା କରି ବହୁତ ଖୁସି ଯେ ଆଜି ଅର୍ଥାତ୍ ୨୯ ମାର୍ଚ୍ଚ ୨୦୨୬ରେ, ଆମେ ଆମ ଘରେ ଏକ ଛୋଟ ପୁଅକୁ ସ୍ୱାଗତ କରିଛୁ। ଅଭିନେତ୍ରୀ ଆହୁରି ଲେଖିଛନ୍ତି, “ଆମର ପରିବାର ଆହୁରି ବଡ଼ ହୋଇଛି ଏବଂ ତାଙ୍କ ଆଗମନ ସହିତ, ଆମର ହୃଦୟ ସବୁଠାରୁ ସୁନ୍ଦର ଭାବରେ ବିସ୍ତାରିତ ହୋଇଛି। ବାୟୁ ତାଙ୍କ ଛୋଟ ଭାଇକୁ ସ୍ୱାଗତ କରି ବହୁତ ଖୁସି । ଏହି ମୂଲ୍ୟବାନ ନୂଆ ଜୀବନ ପାଇ ଆମେ ଅତ୍ୟନ୍ତ ଧନ୍ୟ ଅନୁଭବ କରୁଛୁ। ଚାରି ଜଣିଆ ପରିବାର ଭାବରେ ଏହି ସୁନ୍ଦର ନୂତନ ଅଧ୍ୟାୟ ଆରମ୍ଭ କରିବା ସମୟରେ ଆମେ ପରମେଶ୍ୱରଙ୍କ ନିକଟରେ କୃତଜ୍ଞ। ପ୍ରେମ ସହିତ – ସୋନମ୍, ଆନନ୍ଦ ଏବଂ ବାୟୁ।”
ସୌଜନ୍ୟ Prameya News7
