ଦେଶ ବିଦେଶ

ଭାଗବତଙ୍କ ଗସ୍ତକୁ ଆମେରିକା ଧାର୍ମିକ ସଂଗଠନର ବିରୋଧ

ୱାଶିଂଟନ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ପ୍ରସ୍ତାବିତ ଆମେରିକା ଗସ୍ତକୁ ଦେଶର ଧାର୍ମିକ ସଂଗଠନ ବିରୋଧ କରିଛି। ଶ୍ରୀ ଭାଗବତ ଅଗଷ୍ଟ ୨୫ରୁ ଆମେରିକା, କାନାଡା ଓ ବ୍ରିଟେନ୍ ଗସ୍ତରେ ଯିବାକୁ ଥିବାବେଳେ ଆମେରିକାର ଧାର୍ମିକ ସଂଗଠନ ଦ ୟୁନାଇଟେଡ୍ ଷ୍ଟେଟସ୍‌ କମିସନ ଅନ ଇଣ୍ଟରନ୍ୟାସନାଲ ରିଲିଜିୟସ୍ ଫ୍ରିଡମ୍ (ୟୁଏସ୍‌ସିଆଇଆରଏଫ୍‌) ଏହାକୁ ବିରୋଧ କରିଛି। ପାକିସ୍ତାନ ଜନ୍ମିତ ଆମେରିକୀୟ ଡାକ୍ତର ଆସିଫ୍ ମହମ୍ମଦ ଏବେ ୟୁଏସ୍‌ସିଆଇଆରଏଫ୍‌ର ଅଧ୍ୟକ୍ଷ ଅଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ର ଏକ ପୋଷ୍ଟରେ ୟୁଏସ୍‌ସିଆଇଆରଏଫ୍‌ ଆସିଫ୍‌ ମହମ୍ମଦଙ୍କ ମନ୍ତବ୍ୟକୁ ସେୟାର କରିଛି। ଯେଉଁଥିରେ ୟୁଏସ୍‌ସିଆଇଆରଏଫ୍‌ ଆରଏସ୍ଏସ୍‌ ସଦସ୍ୟଙ୍କ ଉପରେ କଟକଣା ଲଗାଇବାକୁ ଆମେରିକା ପ୍ରଶାସନକୁ ନିବେଦନ କରିଛି। ମହମ୍ମଦ କହିଛନ୍ତି ଯେ ଭାରତୀୟ ଜନତା ଆରଏସ୍ଏସ୍ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚଳାଇଛି। ତେଣୁ ଏପରି ସଂଗଠନର ସଦସ୍ୟଙ୍କୁ ଆମେରିକାରେ କୌଣସି ପ୍ରକାର କୂଟନୈତିକ ସୁବିଧା ପ୍ରଦାନ କରାଯିବା ଉଚିତ୍ ନୁହେଁ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button