ଜିଲ୍ଲା

କାଂଶବାଂଶ ନଈରେ ଭାସି ଯାଇ ବୃଦ୍ଧ ନିଖୋଜ

ବାସୁଦେବପୁର : ବାସୁଦେବପୁର ବ୍ଲକ ଜଗନ୍ନାଥପୁର ବଛଦା ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାଂଶବାଂଶ ନଈରେ ଭାସି ଯାଇ ଜଣେ ବୃଦ୍ଧ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବୃଦ୍ଧଙ୍କ ନାମ ସନାତନ ସ୍ୱାଇଁ(୬୨)। ଖବର ପାଇବା ମାତ୍ରେ ଦମକଳବାହିନୀର ୨ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।
ପରିବାରର କହିବା ଅନୁସାରେ, ସନାତନ ସକାଳ ପାଞ୍ଚଟାରେ ଟର୍ଚ୍ଚ ଓ ବାଲ୍ଟି ଧରି ଘର ଆଗ ନଈ ପାଖକୁ ଯାଇଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଖୋଜାଖୋଜି କରିଥିଲେ। ନଈ କୂଳରେ ତାଙ୍କର ବାଡ଼ି ପଡ଼ିଥିବା ଆଉ ପାଖରେ ବାଲ୍ଟି ଓ ଟର୍ଚ୍ଚ ପଡ଼ିଥିବା ଦେଖିବାକୁ ପାଇ ପରିବାରର ସନ୍ଦେହ ହୋଇଥିଲା। ନଈ ପାଖରେ ପରିବାର ଖୋଜାଖୋଜି କରି ନିରାଶ ହେବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହି ବାହିନୀର ଦୁଇଟି ଟିମ କାଂଶବାଂଶ ନଈରେ ଖୋଜାଖୋଜି ଜାରି ରଖି ଥିଲେ ବି ଠାବ କରିବାରେ ସଫଳ ହୋଇନାହିଁ। ନଈରେ ବନ୍ୟାର ପ୍ରଖର ସ୍ରୋତ ରହି ଥିବାରୁ ଠାବ କରିବା ସମ୍ଭବ ହୋଇ ପାରିନଥିବା କୁହାଯାଉଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button