Site icon Swayam News

ଭାରତର ପ୍ରଥମ ମିସ୍ ଇଣ୍ଡିଆ ଏବଂ ଫ୍ୟାଶନ୍ ଜର୍ଣ୍ଣାଲିଷ୍ଟ ଆଇକନ୍ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ବାଇଭାରତର ପ୍ରଥମ ମିସ୍ ଇଣ୍ଡିଆ ଏବଂ ଦେଶର ପ୍ରଖ୍ୟାତ ଫ୍ୟାଶନ୍ ଜର୍ଣ୍ଣାଲିଷ୍ଟ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ତାଙ୍କ ପରିବାରରେ ତାଙ୍କ ପୁଅ କାର୍ଲ,ବୋହୂ ନିଶା ଏବଂ ଝିଅ କ୍ରିଷ୍ଟିନା ଅଛନ୍ତି।

ମୁମ୍ବାଇରେ ଜନ୍ମିତ କାଷ୍ଟେଲିନୋ ୧୯୬୪ ମସିହାରେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତି ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ଏହି ସଫଳତା ପାଇବାରେ ସେ ପ୍ରଥମ ମହିଳା ଥିଲେ, ଏବଂ ମିସ୍ ୟୁନିଭର୍ସ ଏବଂ ମିସ୍ ୟୁନାଇଟେଡ୍ ନେସନ୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ସେତେବେଳେ ଦେଶରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ନୂଆ ଥିଲା,ଏହି ସମୟରେ ତାଙ୍କର ବିଜୟ ଭାରତ ପାଇଁ ଏକ ସାଂସ୍କୃତିକ ମାଇଲଖୁଣ୍ଟ ଥିଲା।

ସଫଳ ଓ ପ୍ରଭାବିତ ସାମ୍ବାଦିକ କ୍ୟାରିୟର

କାଷ୍ଟେଲିନୋ ୧୯୭୩ ମସିହାରେ ଇଭେସ୍ ୱିକଲିରେ ତାଙ୍କର ପ୍ରଥମ ଲେଖା ପ୍ରକାଶ କରି ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ପୂର୍ଣ୍ଣକାଳୀନ ଫ୍ୟାଶନ୍ ସାମ୍ବାଦିକ ଏବଂ ସିଣ୍ଡିକେଟେଡ୍ ସ୍ତମ୍ଭକାର ହୋଇଗଲେ। ବର୍ଷ ବର୍ଷ ଧରି,ତାଙ୍କର ଲେଖା ପ୍ରାୟ ୧୬୦ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ଖବରକାଗଜ ଏବଂ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା,ଯାହା ତାଙ୍କୁ ଫ୍ୟାଶନ୍ ଏବଂ ଲାଇଫଷ୍ଟାଇଲ୍ ଜର୍ଣ୍ଣାଲିଷ୍ଟ ଭାବରେ ପ୍ରତିଷ୍ଠିତ କରାଇଥିଲା।

ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ ଭାବେ ପରିଚିତ କାଷ୍ଟେଲିନୋ ସେଲିବ୍ରିଟି ଗ୍ଲାମର ପରିବର୍ତ୍ତେ ଫ୍ୟାଶନ୍ ଇଣ୍ଡଷ୍ଟ୍ରୀକୁ ଗମ୍ଭୀର ଭାବରେ ନେଇଥିବା ପ୍ରଥମ ଭାରତୀୟ ସାମ୍ବାଦିକମାନଙ୍କ ମଧ୍ୟରେ ଥିଲେ। ତାଙ୍କର କାର୍ଯ୍ୟ କାରିଗରୀ,ବ୍ରାଣ୍ଡିଂ,କଷ୍ଟମର ବିହେଭିୟର ଏବଂ ମାର୍କେଟ ଟ୍ରେଣ୍ଡ ଉପରେ କେନ୍ଦ୍ରିତ ଥିଲା। ସେ ଲେଖିଥୁବା ସ୍ତମ୍ଭଗୁଡ଼ିକ ଖୁବ ସାରଗର୍ଭକ ଥିଲା। ଦୃଢ଼ ଐତିହାସିକ ପ୍ରସଙ୍ଗ ଏବଂ ତୀକ୍ଷ୍ଣ ଶିଳ୍ପ ଅନ୍ତର୍ଦୃଷ୍ଟି ସମ୍ବ ପାଇଁ ଜଣାଶୁଣା କାଷ୍ଟେଲିନୋ ତାଙ୍କ ଲେଖାରେ ବୁଟିକ୍ ଫ୍ୟାଶନ୍ରୁ ବିଶ୍ୱ ରନୱେ ମାନ୍ୟତା ପର୍ଯ୍ୟନ୍ତ ଭାରତର ଯାତ୍ରାକୁ ଡକ୍ୟୁମେଣ୍ଟେସନ୍ କରି ରଖିଥିଲେ। ଏଥିସହିତ ଫେସନ ଡିଜାଇନ ଉପରେ ସେ ଏକାଧିକ ପୁସ୍ତକ ଲେଖିଥିଲେ।

ସୌଜନ୍ୟ ସମ୍ବାଦ

 

Exit mobile version