ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣା, ଥାନାରେ ଏତଲା ଦେଲେ ଗୃହ ସଚିବ

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କମିଶନ ଫାଇଲ ହଜିଥିବା କଥା ଉଠିଥିବା ବେଳେ, ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି। ଅବଶ୍ୟ ମୁଖ୍ୟମନ୍ତ୍ରୀ ବି ନିଜେ ଉତ୍ତର ରଖି ଏହାର ତଦନ୍ତ ହେବ ବୋଲି କହିଛନ୍ତି ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କମିଶନ ଫାଇଲ ହଜିଥିବା କଥା ଉଠିଥିବା ବେଳେ, ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି। ଅବଶ୍ୟ ମୁଖ୍ୟମନ୍ତ୍ରୀ ବି ନିଜେ ଉତ୍ତର ରଖି ଏହାର ତଦନ୍ତ ହେବ ବୋଲି କହିଛନ୍ତି । ଆଉ ଏହାରି ମଧ୍ୟରେ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଏତଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣାରେ ଏତଲା ରୁଜୁ କରିଛନ୍ତି ଗୃହ ବିଭାଗ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି।

ସୂଚନାଥାଉକି, ଗତ ସପ୍ତାହରେ ରାଜ୍ୟ ସରକାରଙ୍କ ଗୃହ ବିଭାଗରୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଗାଏବ ହୋଇଥିବା ନେଇ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏମିତିକି ସେ ଏହି ଫାଇଲ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଗାଏବ ହୋଇଥିବା ନେଇ କହିଥିଲେ ଏବଂ ଖୁବଶୀଘ୍ର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି କହିଥିଲେ।

ଆଉ ଆଇନ ମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ଜବାବରେ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଉତ୍ତର ରଖିଥିଲେ। ବିଜେଡି ବିଧାୟକ ପ୍ରଶ୍ନ କରିଥିଲେ ଲୋକସଭା ଭବନରୁ ଯଦି ଫାଇଲ ଚୋରି ହେଉଛି। ତା’ହେଲେ କେଉଁ କମିଶନଙ୍କ ଫାଇଲ ତାହା ସରକାର ସ୍ପଷ୍ଟ କରନ୍ତୁ।

ତେବେ ଫାଇଲକୁ ନେଇ ଛକାପଞ୍ଝା ମଧ୍ୟରେ କେଉଁ କମିଶନଙ୍କ ଫାଇଲ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା କେଉଁ ସମୟରେ ଗାୟବ ହୋଇଛି ତାହା ବଡ଼ ପ୍ରଶ୍ନ ହୋଇଛି ? ଏହି ଫାଇଲ କ’ଣ ଏବଂ କେବେ ହଜିଛି ନା କିଏ ଚୋରୀ କରିଛି ଏହାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button