
ଭୁବନେଶ୍ୱର ୧୧।୦୬ : ରାଜଧାନୀ ଭୁବନେଶ୍ୱରରେ ସକାଳୁ ଘନ କୁହୁଡ଼ି। ଖଣ୍ଡଗିରି, ଭୁବନେଶ୍ବର ବିମାନ ବନ୍ଦର, ପାତ୍ରପଡ଼ା, ଡୁମୁଡୁମା ଓ ପୋଖରୀପୁଟ ଅଞ୍ଚଳ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଇଛି। ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଏବଂ ରାତିରେ ଆକାଶ ସଫା ରହିବାରୁ କୁହୁଡ଼ି ଦେଖାଯାଇଥିବା ଅନୁମାନ କରାଯାଉଛି। ପବନର ବେଗ କମ୍ ଥିବାରୁ ଜଳୀୟବାଷ୍ପ ଉପରକୁ ନଯାଇ ତଳେ ଘନୀଭୂତ ହୋଇ କୁହୁଡ଼ି ପାଲଟିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ସକାଳୁ ଘନ କୁହୁଡ଼ି ଫଳରେ ବିମାନ ଅବତରଣ ଓ ଉଡାଣରେ ବିଳମ୍ବ ହୋଇଛି । ରାଜପଥରେ ଗାଡି ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି।
ସୌଜନ୍ୟ Prameya News7




