ଯାଜପୁର ପୁଲିସକୁ ଖୋଲା ଚ୍ୟାଲେଞ୍ଜ: ଅଟୋରେ ଲୁଟିନେଲେ ଏଟିଏମ୍‌

ବିଞ୍ଝାରପୁର: ବର୍ଷ ଆରମ୍ଭରୁ ଯାଜପୁର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଲୁଟି ନେଲେ ଟଙ୍କା ବୋଝେଇ ଏଟିଏମ୍‌ । ଯାଞ୍ଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ବଜାରରୁ ଏକ ଡାଲା ଅଟୋରେ ଏଟିଏମ୍‌ ଲୁଟ ହୋଇଥିବା ସିସିଟିଭିରେ କଏଦ ହୋଇଛି । ମଇଁଦା ଛକଠାରେ ଥିବା ଏଚଡିଏଫସି ବ୍ୟାଙ୍କର ଏଟିଏମ୍‌ ମେସିନକୁ ଲୁଟେରାମାନେ ସମମ୍ପୂର୍ଣ୍ଣଭାବେ ଉଠାଇ ନେଇ ନିକଟରେ ଥିବା ଏକ ଡାଲା ଅଟୋରେ ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି ।

ଘଟଣା ଜଣାପଡିବା ପରେ ପୁଲିସ ସନ୍ଧନୀ କୁକୁର ସହାୟତାରେ ତଦନ୍ତ କରୁଛି । ସିସିଟିଭି ଫୁଟେଜରୁ ଜଣାପଡିଛି କି ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଏଟିମଏ ଲୁଟ କରିବା ପରେ ବିଲରେ ଫିଙ୍ଗି ଦେଇଛନ୍ତି । ଏଟିଏମରେ ଥିବା ସମସ୍ତ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଲୁଟେରା । ବିଞ୍ଝାରପୁର ପୁଲିସ ପହଞ୍ଚି ତଦନ୍ତ କରି ବିଲରୁ ଖାଲି ଏଟିଏମ ମେସିନକୁ ଉଦ୍ଧାର କରିଛି ।

 

ସୌଜନ୍ୟ ସମ୍ବାଦ

Exit mobile version