ରାଜ୍ୟ

ରାସ୍ତାକଡ଼ରେ ପଡିଥିଲା କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ, ଦେଖିକି ରାଗିଗଲେ BMC ମେୟର

ଭୁବନେଶ୍ୱର ୦୩।୦୬ : ରାଗିଗଲେ ମେୟର । ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଗିବା ସହ ବିଏମ୍‌ସି କର୍ମଚାରୀଙ୍କ ତାଗିଦ ମଧ୍ୟ କରିଛନ୍ତି ।

ରୂପାଲି ଛକ ନିକଟରେ ସକାଳୁ BMC ପକ୍ଷରୁ ଗଣ ସଫେଇ କାର୍ଯକ୍ରମ ଚାଲିଥିଲା। ଏହି ସମୟରେ ଜବରଦଖଲ ସହ ରାସ୍ତା କଡ଼ରେ ପଡ଼ି ରହିଥିବା କୁଢ଼ କୁଢ଼ ଅଳିଆ ଦେଖି BMC ଅଧିକାରୀଙ୍କ ଉପରେ ବର୍ଷିଥିଲେ ମେୟର। ରାସ୍ତା ଉପରେ କିଏ ଗାଡ଼ି ସଫେଇ ଦୋକାନ କରିଛି ତ ଆଉ କେଉଁଠି ରାସ୍ତା ଉପରେ ଗୃହ ନିର୍ମାଣ ସାମଗ୍ରୀ ଗଦା ହୋଇରହିଛି। ମେୟର ବିରକ୍ତ ହେବା ପରେ ସରକାରୀ ଯାଗାରେ ଗାଡ଼ି ଧୁଆ ଦୋକାନ କରିଥିବା ଏକ ସର୍ଭିସ ସେଣ୍ଟରକୁ ସିଲ କରିଛି  BMC। ପରିମଳ ବାବଦକୁ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖୋଦ୍ ସହର କେନ୍ଦ୍ର ସ୍ଥଳରେ ରୂପାଲି ଛକ ନିକଟରେ କାହିଁକି ସଫା ହେଉନି ବୋଲି  ଅଧିକାରୀଙ୍କୁ ତାଗିଦ କରିଥିଲେ ସୁଲୋଚନା।

 

 

 

ସୌଜନ୍ୟ Prameya News7

Show More
Back to top button