ଓଡିଶା

ଓଃ କି’ ଜଘନ୍ୟ ! ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫୋପାଡ଼ିଦେଲେ

ଚାନ୍ଦବାଲି: ନାବାଳିକାକୁ ଦୁଷ୍କର୍ମ ପରେ ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ବାଲିଗାଁ ପଞ୍ଚାୟତ ଅଫିସ୍ ନିକଟରେ। ଏଠାରେ ଘଞ୍ଚ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ନାବାଳିକା ମୃତ ଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଥିବାବେଳେ, ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ବାଲିଗାଁ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ଚାନ୍ଦବାଲି ଏନଏସି ଅଧୀନସ୍ଥ ବାଲିଗାଁ କଚେରୀ ସାହି ୧୫ ନମ୍ବର ଓ୍ଵାର୍ଡର ବୁଲୁ ଦାସଙ୍କ ଝିଅ ଦିନ ୧୦ଟା ପରେ ଗାଁ ପାଖ ସ୍କୁଲକୁ ଯାଇ ଆଉ ଫେରିନଥିଲେ। ଅନେକ ସମୟ ବିତି ଯିବା ପରେ ବି ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଏବଂ ଗ୍ରାମବାସୀ ଦିନ ଖୋଜାଖୋଜି ଆରମ୍ଭ କରିଥିଲେ। ଦିନ ସାରା ଖୋଜିବା ପରେ ଶେଷରେ ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଲରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ, ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ବାଲିଗାଁ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୋଲିସ ସେମାନଙ୍କୁ ବୁଝାସୁଝା କରୁଛି।

ସେପଟେ ଘଟଣାକୁ ନେଇ ଭଦ୍ରକ ଏସପି ମନୋଜ ରାଉତ କହିଛନ୍ତି, ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଚାନ୍ଦବାଲିରେ ପହଞ୍ଚି ସାରିଲେଣି। ଖୁବ୍ ଶୀଘ୍ର ଗିରଫ ଆସାମୀ ଗିରଫ ହେବେ। ଏହା ସହ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି ଏସପି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button