ରାଜ୍ୟ

Rice ATM Odisha : ଢେଙ୍କାନାଳରେ ତୃତୀୟ ଚାଉଳ ଏଟିଏମ୍,ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ,୧ \୯ : ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ କରିବାକୁ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍ ବା ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ । ଢେଙ୍କାନାଳ ସହର ଆର୍ଟିଓ ଅଫିସ୍ ନିକଟରେ ଖୋଲିଥିବା ଏହି ଚାଉଳ ଏଟିଏମ୍ କୁ ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି । ଓଡ଼ିଶା ସରକାର ଏବଂ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ମିଳିତ ସହଯୋଗରେ ଏହି ଏଟିଏମ୍ ସ୍ଥାପନ କରାଯାଇଛି ।

ପୂର୍ବରୁ ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଏହା ଖୋଲିଥିବା ବେଳେ ଢେଙ୍କାନାଳବାସୀ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ୟୁଏନ୍ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ଭାରତର ଉପନିର୍ଦ୍ଦେଶିକା ନୋଜୋମି ହାଶିମୋଟୋ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିପ୍ତି ରଞ୍ଜନ ସେଠୀ, ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ପ୍ରମୁଖ ଯୋଗଦେଇଥିଲେ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button