ସଂସଦରେ ପହଞ୍ଚିବା ପରେ ହଠାତ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘଟିଲା ଏମିତି, ଯାହା କେବେ ସେ ଭାବିନଥିଲେ…

ନୂଆଦିଲ୍ଲୀ, ୨୭॥୭: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ନିକଟରେ ଶେଷ ହୋଇଛି। ଏହି ଆନ୍ଦୋଳନ NEET-UG ପେପର ଲିକ୍, ପରୀକ୍ଷା ବ୍ୟବସ୍ଥାରେ ଗଡ଼ବଡି ଏବଂ ଛାତ୍ରୀଛାତ୍ରଙ୍କ ଉତ୍ତରଦାୟିତ୍ୱ ଦାବିକୁ ନେଇ ଆରମ୍ଭ ହୋଇଥିଲା। ପ୍ରାୟ ୩୫ ଦିନ ଧରି ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ ଚାଲିଥିଲା। ଆନ୍ଦୋଳନ ସମୟରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ସବୁଠାରୁ ବଡ଼ ପ୍ରସଙ୍ଗ ହୋଇ ରହିଥିଲା। କ୍ରମାଗତ ବର୍ଦ୍ଧିତ ଚାପ ପରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ, ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଥିଲେ।
ଏହି ସମୟରେ ସୋମବାର ଅର୍ଥାତ୍ ଆଜି ସଂସଦର ମୌସୁମୀ ଅଧିବେଶନର କାର୍ଯ୍ୟକାଳରେ ଅଂଶଗ୍ରହଣ କରିବା ପାଇଁ ପୂର୍ବତନ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ତଥା ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ପହଞ୍ଚିଥିଲେ। ସେତେବେଳେ ସଂସଦ ପରିସରରେ ଭାଜପା ଏବଂ ଏନଡିଏ (NDA) ର ଅନେକ ସାଂସଦ ତାଙ୍କର ଜବରଦସ୍ତ ସ୍ବାଗତ କରିଥିଲେ। ଏହି ସମୟରେ “ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ୍” ନାରା ଦିଆଯାଇଥିଲା। ଅନେକ ସାଂସଦ ତାଙ୍କ ସମର୍ଥନରେ ତାଙ୍କ ସହିତ ନଜର ଆସିଥିଲେ।
ସୌଜନ୍ୟ ଧରିତ୍ରୀ



