ଜାତୀୟବାଣିଜ୍ୟ

‘ସଫୋଲା’ଠୁ ‘କିଣ୍ଡର ଜୟ’, ଗ୍ରାହକଙ୍କୁ କରୁଛନ୍ତି ଭ୍ରମିତ, ଦେଉଛନ୍ତି ଭୁଲ ତଥ୍ୟ : FSSAIର ଆକ୍ସନ

ଏଫଏସଏସଏଆଇ ୧୦୦ ପ୍ରତିଶତ ପ୍ରାକୃତିକ, ୧୦୦ ପ୍ରତିଶତ ନିରାମିଶ, ନୋ ଆଡେଡ୍ ସୁଗାର୍ ଏବଂ କ୍ଷୀରରେ ଭରପୁର ଥିବା ଭଳି ଦାବି କରୁଥିବା କମ୍ପାନୀ ତଥା ଉତ୍ପାଦର ସତ୍ୟତା ଯାଞ୍ଚ କରିବ । କିଛି ଉତ୍ପାଦ ରୋଗ ସହ ଜଡିତ ଅଛନ୍ତି ଏବଂ ରୋଗରୁ ଉପଶମ ମିଳିବା ନେଇ ଦାବି କରୁଛନ୍ତି । ଏହି ସବୁ କମ୍ପାନୀକୁ ସ୍ପଷ୍ଟୀକରଣ ମଗାଯାଇଛି ।

ନୂଆଦିଲ୍ଲୀ,୨୦|୦୬:ଫୁଡ୍ ଆଣ୍ଡ୍ ସେଫ୍ଟି ଡିପାର୍ଟମେଣ୍ଟ୍ ଅଫ୍ ଇଣ୍ଡିଆ ବା ଏଫଏସଏସଏଆଇର ବଡ ଆକ୍ସନ । ବିଭିନ୍ନ ଖାଦ୍ୟ ପଦାର୍ଥ ଉପରେ ଭ୍ରାମାତ୍ମକ ଦାବି ତଥା ବିଜ୍ଞାପନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଫୋଲା, କିଣ୍ଡର ଜୟ, ର ପ୍ରେସରୀ, ନାଚୁରାଲ ପନୀର ସମେତ ଅନେକ ଉତ୍ପାଦ ତଥା କମ୍ପାନୀକୁ ନୋଟିସ ଜାରି କରାଯାଇଛି ।

FSSAIର କହିବାନୁସାରେ, କିଛି ଉତ୍ପାଦ ଉପରେ ଭ୍ରାମାତ୍ମକ ଦାବି କରାଯାଉଛି । କମ୍ପାନୀମାନେ ଗ୍ରାହକଙ୍କୁ ଭୁଲ ତଥ୍ୟ ଦେଉଛନ୍ତି । ଯାହା ଗ୍ରାହକଙ୍କୁ ଭ୍ରମିତ କରୁଛି । ମାରିକୋର ସଫୋଲା ଟେଟାଲ ହାର୍ଟ ପ୍ରୋ ମଲ୍ଟି ସୋର୍ସ କୁକିଂ ତୈଳରେ ହାର୍ଟ ପ୍ରୋ ଲେଖାଯାଇଛି । ଏହା ସମ୍ଭନ୍ଧିତ ଫଟୋ ମଧ୍ୟ ରହିଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ନିୟମ ଅନୁସାରେ ତେଲକୁ ହାର୍ଟ ପାଇଁ ଉପଯୋଗୀ ବୋଲି ଦର୍ଶାଯିବା ଠିକ୍ ନୁହେଁ । ଏହା ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରୁଛି ।

ଏହାବ୍ୟତୀତ ଏସ-ଆଇଟି-ଆଟମ୍ ଓ୍ୱେ ଏକ୍ସଏଲ, ସିଲିକନ ଟଫୁ, ମାଷ୍ଟରଚାଉ ନୁଡୁଲ୍ସ, କିଣ୍ଡର ଜୟ, ପ୍ଲକ୍ ଆମ୍ବ ଜୁସ୍ ଓ ନାଚୁରାଲ ପନୀରର ଉତ୍ପାଦ ମଧ୍ୟ ଯାଞ୍ଚର ପରିସରକୁ ଆସିଛନ୍ତି ।

ଏହି ସବୁ କମ୍ପାନୀକୁ ସ୍ପଷ୍ଟୀକରଣ

ଏଫଏସଏସଏଆଇ ୧୦୦ ପ୍ରତିଶତ ପ୍ରାକୃତିକ, ୧୦୦ ପ୍ରତିଶତ ନିରାମିଶ, ନୋ ଆଡେଡ୍ ସୁଗାର୍ ଏବଂ କ୍ଷୀରରେ ଭରପୁର ଥିବା ଭଳି ଦାବି କରୁଥିବା କମ୍ପାନୀ ତଥା ଉତ୍ପାଦର ସତ୍ୟତା ଯାଞ୍ଚ କରିବ । କିଛି ଉତ୍ପାଦ ରୋଗ ସହ ଜଡିତ ଅଛନ୍ତି ଏବଂ ରୋଗରୁ ଉପଶମ ମିଳିବା ନେଇ ଦାବି କରୁଛନ୍ତି । ଏହି ସବୁ କମ୍ପାନୀକୁ ସ୍ପଷ୍ଟୀକରଣ ମଗାଯାଇଛି ।

ଏଫଏସଏସଏଆଇ ନିଜ ସୋସିଆଲ ମିଡିଆ ପେଜ୍ ଏକ୍ସରେ ଏକ ତାଲିକା ଜାରି କରିଛି । ଏଥିରେ ଅନେକ କମ୍ପାନୀ ଏବଂ ଉତ୍ପାଦ ନାଁ ରହିଛି । କେଉଁ କାରଣ ପାଇଁ କାହାକୁ ନୋଟିସ ଜାରି କରାଯାଇଛି ତାହା ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ଯେପରିକି କିଣ୍ଡର ଜୟ ଭଳି ଓ୍ୱାଫର୍ ବିସ୍କୁଟ୍ ରେ କୋକା ଏବଂ କ୍ଷୀରଗୁଣ୍ଡ ଥିବା ଦାବି କରାଯାଏ । କିନ୍ତୁ ଏଫଏସଏସଏଆଇ ଏହାକୁ ମିଛ ବା ଭ୍ରମାତ୍ମକ କହିଛି । ଏଥିରେ କୌଣସି କ୍ଷୀର ଗୁଣ୍ଡ ନଥିବା ସଂସ୍ଥା ପ୍ରକାଶ କରିଛି ।

ଆହୁରି ମଧ୍ୟ ରପ୍ରେସରୀର ଆଲଫାନଜୋ ମ୍ୟାଙ୍ଗୋ ଫ୍ରୁଟ୍ ଡ୍ରିଙ୍କରେ ପ୍ରଚୁର ଚିନି ମିଶାଯାଇଛି । ହେଲେ ଏଥିରେ ନୋ ଆଡେଡ୍ ସୁଗାର ଲେଖାଯାଇଛି । ଯେଉଁଠି ପାଇଁ ନୋଟିସ ପଠାଯାଇଛି ।

ଏତତ୍ ବ୍ୟତୀତ ଅଭିଯୋଗ ଆଧାରରେ ପରମ ଡାଏରୀର ଦହି, ରାବିଡିରେ ଫିମ୍ପି ଲାଗିଥିବା ନେଇ ଏଫଏସଏସଏଆଇ ନୋଟିସ କରିଛି । କିଛିଦିନ ପୂର୍ବରୁ ବିକାନୀରରେ କିଛି ଜଣ ଏହି କମ୍ପାନୀର ଦହି ଏବଂ ରାବିଡି ଖାଇ ଅସୁସ୍ଥ ହୋଇଥିଲେ । ପରେ ଏଥିରେ ଫିମ୍ପି ବା ଫଙ୍ଗସ ଲାଗିଥିବା ଦେକିବାକୁ ମିଳିଥିଲା । ଯାହା ଏଫଏସଏସଏଆଇର ନଜରକୁ ଆସିଥିଲା ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button