ଦେଶ ବିଦେଶ

ସାଉଦି ଉପରେ ଆକ୍ରମଣକୁ ଭାରତର ନିନ୍ଦା

ନୂଆଦିଲ୍ଲୀ: ସାଉଦି ଆରବ ଉପରେ ଇରାନ-ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ଭାରତ ଦୃଢ଼ ଭାବେ ନିନ୍ଦା କରିଛି। ଭାରତ ସରକାର ଏହି ଆକ୍ରମଣଗୁଡ଼ିକୁ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତା ପ୍ରତି ବିପଦ ବୋଲି ଦର୍ଶାଇବା ସହ ଏହା ଅଗ୍ରହଣୀୟ ବୋଲି ଅଭିହିତ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ସାଉଦି ଆରବର ସାର୍ବଭୌମ ଆଞ୍ଚଳିକ କ୍ଷେତ୍ର, ବିଶେଷ କରି ସାଧାରଣ ନାଗରିକ ଓ ଅର୍ଥନୈତିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣ ଅତ୍ୟନ୍ତ ଚିନ୍ତାଜନକ। ଏହି ପ୍ରକାରର ଆକ୍ରମଣ ଆଞ୍ଚଳିକ ସୁରକ୍ଷାକୁ ବ୍ୟାହତ କରିବା ସହ ବାବ୍-ଏଲ୍-ମନ୍ଦେବ୍ ପ୍ରଣାଳୀରେ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ଓ ନୌପରିବହନ ସ୍ୱାଧୀନତା ପ୍ରତି ଗୁରୁତର ସଙ୍କଟ ସୃଷ୍ଟି କରୁଛି। ମଙ୍ଗଳବାର ହୁତି ବିଦ୍ରୋହୀମାନେ ସାଉଦି ଆରବର ଆଭା, ଜାଜାନ୍, ଖାମିସ୍ ମୁଶାଇତ୍ ଏବଂ ନଜରାନ୍ ଆଦି ଅଞ୍ଚଳରେ ଥିବା ତୈଳ ପ୍ରକଳ୍ପ ଓ ବେସାମରିକ ସ୍ଥାନଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଛନ୍ତି। ଏଥିରେ ୭୩ ଜଣ ନାଗରିକ ଆହତ ହୋଇଛନ୍ତି। ଏହି ସଂଘର୍ଷ ଯୋଗୁଁ ବିଶ୍ୱ ବାଣିଜ୍ୟ, ଅନ୍ତର୍ଜାତୀୟ ତୈଳ ଯୋଗାଣ ଏବଂ ସାଉଦି ଆରବରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ସୁରକ୍ଷା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଭାରତ ଏହି ସ୍ଥିତି ଉପରେ କଡ଼ା ନଜର ରଖିଛି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button