ରାଜ୍ୟ

ନୋଏଡା ମାଜିଷ୍ଟ୍ରେଟଙ୍କୁ ସିଜେଆଇଙ୍କ ଭର୍ତ୍ସନା ;ଏତଲା ରଦ୍ଦ ସତ୍ତ୍ବେ ନୋଟିସ ପଠାଇବାକୁ ସାହସ କେମିତି କଲ

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ ବୁଧବାର ନୋଏଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ଭର୍ତ୍ସନା କରିଛନ୍ତି। ସିଜେଆଇ କହିଛନ୍ତି ଯେ ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ ସହ ଜଡ଼ିତ ଏତଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଭବିଷ୍ୟତରେ ଛାତ୍ରଙ୍କ ବିରୋଧରେ ଜୋରଜବରଦସ୍ତି କୌଣସି କାର୍ଯ୍ୟାନୁଷ୍ଠାନ ନେବା ଉପରେ କଟକଣା ଲଗାଇଛନ୍ତି। ଏଭଳି ସ୍ଥିତିରେ ଛାତ୍ରଙ୍କୁ ନୋଟିସ ଜାରି କରିବାକୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କେମିତି ସାହସ କଲେ? କୌଣସି ମାଜିିଷ୍ଟ୍ରେଟ ଉକ୍ତ ନିର୍ଦେଶକୁ ଉଲ୍ଲଙ୍ଘନ କରିପାରିବେ ନାହିଁ ବୋଲି ସିଜେଆଇ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ୪ ତାରିଖରେ ନୋଏଡ଼ା କମିସନରେଟର ତୃତୀୟ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଆର କେ ସିସୋଦିଆ ଦିଲ୍ଲୀର କକ୍ରୋଚ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଅକ୍ଷତ ତ୍ରିପାଠୀଙ୍କୁ ନୋଟିସ ଜାରି କରିଥିଲେ। ଏଥିରେ ୫ ଲକ୍ଷ ଟଙ୍କାର ବଣ୍ଡ୍ ସହିତ ୨ ଜାମିନଦାରଙ୍କୁ ଉପସ୍ଥାପନ କରିବାକୁ କୁହାଯାଇଥିଲା। ଏହାକୁ ନେଇ ମଙ୍ଗଳବାର ଅକ୍ଷତ ଏକ ଭିଡିଓ ଜାରି କରି ତାଙ୍କୁ ଧମକା ଯାଉଥିବା ଦାବି କରିଥିଲେ। ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବରିଷ୍ଠ ଓକିଲ ବିଶ୍ବଜିତ ଭଟ୍ଟାଚାର୍ଯ୍ୟ ଏହି ପ୍ରସଙ୍ଗକୁ ସିଜେଆଇଙ୍କ ନେତୃତ୍ବାଧୀନ ପୀଠଙ୍କ ସମ୍ମୁଖରେ ଉଲ୍ଲେଖ କରିଥିଲେ। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ପ୍ରଥମେ ନୋଟିସ ଜାରି କରି ପରେ ପ୍ରତ୍ୟାହାର କରି ନେଇଥିବା ସୂଚନା ଦେଇଥିଲେ। ଏହା ଉପରେ ଜିଲା ଜଜଙ୍କୁ ଜବାବ ମଗାଯିବ ବୋଲି ସିଜେଆଇ କହିଥିଲେ।

 

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button