ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା: ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ, ୧୦ଟା ପୂର୍ବରୁ ହଲ୍‌ରେ ପହଞ୍ଚ

Good lucke student: ଆଜିଠୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଦେଶରେ ୪୬ ଲକ୍ଷ ଶିକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ୱର ୧୭/୦୨: ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ ହେବ ପ୍ରଥମ ବୋର୍ଡ ପରୀକ୍ଷା । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ମିଳିବ । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ ।

ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍ ପେପର ଭିତରୁ ୩ଟି ଦେଇପାରିବେ । ପ୍ରଥମ ବୋର୍ଡରେ ୩ଟି କିମ୍ବା ତାଠୁ ଅଧିକ ପେପର ଦେଇ ନଥିଲେ ଅନୁମତି ମିଳିବନି । ପ୍ରଥମ ବୋର୍ଡ ପରୀକ୍ଷା ନଦେଲେ ଏସେନସିଆଲ ରିପିଟ ବର୍ଗରେ ରହିବେ । ଏସେନସିଆଲ ରିପିଟ ବର୍ଗରେ ରହିଲେ ସେମାନେ ପରବର୍ଷ ପରୀକ୍ଷା ଦେବେ ।

ସିବିଏସ୍ଇ ପରୀକ୍ଷା ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ଦିନରେ ଦଶମ ଶ୍ରେଣୀର ଗଣିତ (ଉଭୟ ଷ୍ଟାଣ୍ଡାର୍ଡ ଓ ବେସିକ୍) ପରୀକ୍ଷା ହେବ । ଦ୍ୱାଦଶ ଶ୍ରେଣୀର ବାୟୋଟେକ୍ନୋଲୋଜି ଓ ଇଣ୍ଟରପ୍ରେନରସିପ୍ ପାଇଁ ପରୀକ୍ଷା ହେବ । ଦଶମ ଶ୍ରେଣୀର ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସ୍ଇ ଦେଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାର୍କରେ ଉନ୍ନତି ଆଣିବା ପାଇଁ ଦ୍ୱିତୀୟ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳିବ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ଭାଷା ବିଷୟ ମଧ୍ୟରୁ ଯେକୌଣସି ୩ଟି ବିଷୟରେ ଉନ୍ନତି ଆଣିବା ଲାଗି ଦ୍ୱିତୀୟ ବୋର୍ଡ ପରୀକ୍ଷାର ଅନୁମତି ଦିଆଯିବ ।

ଯଦି କୌଣସି ଶିକ୍ଷାର୍ଥୀ ପ୍ରଥମ ବୋର୍ଡ ପରୀକ୍ଷାରେ ଉପସ୍ଥିତ ନଥିଲେ ତାଙ୍କୁ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ଶିକ୍ଷାର୍ଥୀର ପ୍ରଥମ ପରୀକ୍ଷାରେ ଫଳ କମ୍ପାର୍ଟମେଣ୍ଟ ହୁଏ ତେବେ ତାକୁ ଦ୍ୱିତୀୟ ପରୀକ୍ଷାରେ କମ୍ପାର୍ଟମେଣ୍ଟ ବର୍ଗରେ ପରୀକ୍ଷା ପାଇଁ ଅନୁମତି ମିଳିବ। ଏନେଇ ଏକ ବିଜ୍ଞପ୍ତି ସହ ନିର୍ଦ୍ଦେଶାବଳୀ ଜାରି କରିଛି ସିବିଏସ୍ଇ।

ସୌଜନ୍ୟ Prameya News7

Exit mobile version