ମନୋରଞ୍ଜନ
The World of Jatra: ଯାତ୍ରା ଦୁନିଆ: ଯାଜ୍ଞସେନୀର ମହାପୁରୁଷ
‘ମହାପୁରୁଷ’ ଏକ ସକାରାତ୍ମକ ସାମାଜିକ ବାର୍ତ୍ତା ବହନ କରୁଥିବା ନାଟକ। ଏହାର କାହାଣୀ ସମାଜରେ ସଂସ୍କାର, ସ୍ନେହ, ପ୍ରେମ ଓ ନୀତି ଆଦର୍ଶର ବାର୍ତ୍ତା ବାଣ୍ଟିଥାଏ। ପୂରା ପରିବାର ସହିତ ବସି ଦେଖିଲା ଭଳି ନାଟକଟିଏ ହେଉଛି ଯାଜ୍ଞସେନୀ ଗଣନାଟ୍ୟର ‘ମହାପୁରୁଷ’।

‘ମହାପୁରୁଷ’ ଏକ ସକାରାତ୍ମକ ସାମାଜିକ ବାର୍ତ୍ତା ବହନ କରୁଥିବା ନାଟକ। ଏହାର କାହାଣୀ ସମାଜରେ ସଂସ୍କାର, ସ୍ନେହ, ପ୍ରେମ ଓ ନୀତି ଆଦର୍ଶର ବାର୍ତ୍ତା ବାଣ୍ଟିଥାଏ। ପୂରା ପରିବାର ସହିତ ବସି ଦେଖିଲା ଭଳି ନାଟକଟିଏ ହେଉଛି ଯାଜ୍ଞସେନୀ ଗଣନାଟ୍ୟର ‘ମହାପୁରୁଷ’। ବଡ଼ଭାଇ ଶକ୍ତିକାନ୍ତ ରାୟଚୌଧୁରୀଙ୍କ ଅହଂକାର ପାଇଁ ନିଜ ପ୍ରେମକୁ ଭୁଲିଯାଇ, ନିଜ ବିଧବା ଭାଉଜଙ୍କୁ ନିଜର କରିନିଏ ସମାଜସେବୀ ସାର୍ଥକରାୟ ଚୌଧୁରୀ। ସମୟକ୍ରମେ ନିଜ ଅାଭିଜାତ୍ୟ ଓ ପରମ୍ପରାକୁ ପଛରେ ପକେଇ ନିଜ ମଝିଆ ଭାଇଙ୍କ ସ୍ମୃତିକୁ ବଞ୍ଚେଇ ରଖେ। ଭାଉଜ ସଂଗୀତାଙ୍କ ମଥାରେ ସିନ୍ଦୂର ଦିଏ। ତେଣେ ସାର୍ଥକ ଓ ସାଧନାଙ୍କର ପ୍ରେମ ଭାଙ୍ଗିଯାଏ। ତଥାପି ସାଧନା ମହାପୁରୁଷ ଆସନରେ ବସେଇ ପୂଜା କରେ ସାର୍ଥକକୁ। ସାଧନା ଆଖିର ଆଖିଏ ସ୍ବପ୍ନ ପାଇଁ ସାର୍ଥକ ନିଜ କିଡ୍ନି ବିକ୍ରି କରି ସଂଗୀତାର ଭାଇ ସିଦ୍ଧାର୍ଥକୁ ଡାକ୍ତର କରେ ଓ ଶେଷରେ ସାଧନାକୁ ସିଦ୍ଧାର୍ଥ ସହ ବାହା କରିଦିଏ।
ସୌଜନ୍ୟ ସମ୍ବାଦ




