ଜାତୀୟ

ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: ସ୍ୱଚ୍ଛତାରେ ଭାରତର ପ୍ରଦର୍ଶନ ଖରାପ, ଆବର୍ଜନା ପରିଚାଳନା ଭଲ ନ ହେଲେ ଛବି ଖରାପ ହେବ

ନୂଆଦିଲ୍ଲୀ,୨୦/୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ଭାରତର ସ୍ୱଚ୍ଛତାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । କହିଛନ୍ତି, ଭାରତ ଧନୀ ଦେଶ । କିନ୍ତୁ ସ୍ୱଚ୍ଛତା ମାମଲାରେ ଏହାର ପ୍ରଦର୍ଶନ ବେଶ୍ ଖରାପ । ଆବର୍ଜନା ପରିଚାଳନା ଠିକ୍ ଭାବେ ନ ହେଲେ ଦେଶର ଛବି ଖରାପ ହେବ । ଏଥିସହ ସମାଜ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ।

ଦେଶରେ ଆବର୍ଜନା ପରିଚାଳନା ନିୟମ ଠିକ୍ ଭାବେ ଲାଗୁ ନ ହେବାକୁ ନେଇ ସର୍ବୋଚ୍ଚ ଅଦାଲତ କ୍ଷୋଭ ପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି, ନିକୃଷ୍ଟ ସ୍ୱଚ୍ଛତା ଯୋଗୁ ଅନ୍ୟ ଅଞ୍ଚଳର ବିକାଶ ଉପରେ ମଧ୍ୟ କୁପ୍ରଭାବ ପଡ଼ିବ । ବର୍ତ୍ତମାନ ଉପଲବ୍ଧ ଥିବା ସମ୍ବଳ ଦ୍ୱାରା ଲକ୍ଷ୍ୟ ହାସଲ କରାଯାଇ ପାରିବ । ଏଥିଲାଗି ସରକାରୀ ଏଜେନ୍ସି ଗୁଡ଼ିକୁ ଲଗାତର ଭାବେ ନିୟମ ଲାଗୁ କରିବାକୁ ହେବ ଏବଂ ଲୋକଙ୍କୁ ବି ସହଯୋଗ କରିବାକୁ ପଡ଼ିବ । ବିଚାରପତି ଏସ୍ ଭି ଏନ୍ ଭଟ୍ଟି ଏବଂ ଏନ୍ ଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ନଗର ନିଗମଗୁଡ଼ିକର ପରିବେଶ ନିୟମ ପାଳନ ସହ ଜଡ଼ିତ ପିଟିସନର ଶୁଣାଣି କରି ସ୍ୱଚ୍ଛତା ବାବଦରେ ଏଭଳି ଟିପ୍ପଣୀ ଦେଇଛନ୍ତି ।

ଅଦାଲତ କହିଛନ୍ତି, ଆବର୍ଜନା ପରିଚାଳନା ନିୟମ ୨୦୨୬ ଲାଗୁର ନିରୀକ୍ଷଣ ସକାଶେ ଦୁଇଟି ପ୍ରାରମ୍ଭିକ ପର୍ଯ୍ୟାୟ ଶେଷ ହୋଇଛି । ଏଥିରେ କାମ ଆରମ୍ଭ ଏବଂ ତଦାରଖ ଲାଗି ପ୍ରଶାସନିକ ବ୍ୟବସ୍ଥା ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ । ସୁପ୍ରିମକୋର୍ଟ ଜିଲ୍ଲାପାଳମାନଙ୍କୁ ନିଜ ଅଞ୍ଚଳରେ ବହୁ ମାତ୍ରାର ଆବର୍ଜନା ସୃଷ୍ଟିକାରୀଙ୍କୁ ଚିହ୍ନଟ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button