ଖେଳ

Tennis: ଅନ୍ତର୍ଜାତୀୟ ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ବାର୍ଟି, କୁନେଇଦା

ଅଷ୍ଟ୍ରେଲିଆର ପୂର୍ବତନ ଟେନିସ୍ ତାରକା ଆସ୍‌ଲେ ବାର୍ଟି ଓ ଜାପାନର ହ୍ୱିଲ୍‌ଚେୟାର ଟେନିସ୍ କିଂବଦନ୍ତି ଶିଙ୍ଗୋ କୁନେଇଦା ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇବାକୁ ମନୋନୀତ ହୋଇଛନ୍ତି। ଉଭୟଙ୍କୁ ଆସନ୍ତା ବର୍ଷ ଅଗଷ୍ଟ ମାସରେ...

ବ୍ରିସ୍‌ବେନ: ଅଷ୍ଟ୍ରେଲିଆର ପୂର୍ବତନ ଟେନିସ୍ ତାରକା ଆସ୍‌ଲେ ବାର୍ଟି ଓ ଜାପାନର ହ୍ୱିଲ୍‌ଚେୟାର ଟେନିସ୍ କିଂବଦନ୍ତି ଶିଙ୍ଗୋ କୁନେଇଦା ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇବାକୁ ମନୋନୀତ ହୋଇଛନ୍ତି। ଉଭୟଙ୍କୁ ଆସନ୍ତା ବର୍ଷ ଅଗଷ୍ଟ ମାସରେ ଆମେରିକାର ନ୍ୟୁପୋର୍ଟଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ।

ପୂର୍ବତନ ୧ ନମ୍ବର ମହିଳା ଖେଳାଳି ବାର୍ଟି ୨୫ ବର୍ଷ ବୟସରେ ୨୦୨୨ ମାର୍ଚ୍ଚ ୨୩ ତାରିଖରେ ଟେନିସ୍‌ରୁ ଅବସର ନେଇଥିଲେ। ବାର୍ଟି ନିଜ ଟେନିସ ଜୀବନରେ ୩ ଏକକ ଗ୍ରାଣ୍ଡ ସ୍ଲାମ୍‌ (୨୦୧୯ରେ ଫ୍ରେଞ୍ଚ ଓପନ୍‌, ୨୦୨୧ରେ ୱିମ୍ବଲଡନ୍‌, ୨୦୨୨ରେ ଅଷ୍ଟ୍ରେଲିଆନ୍‌ ଓପନ୍‌) ମୁକୁଟ ଜିତିଛନ୍ତି। ୨୦୧୮ ୟୁଏସ୍‌ ଓପନ୍‌ରେ ସେ ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଥିଲେ। ପ୍ରଥମ ଜାପାନୀ ଖେଳାଳି ଭାବେ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇବାକୁ ଯାଉଥିବା କୁନେଇଦା ୪ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ସହ ୨୮ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ ଜିତିଛନ୍ତି। ବିଶ୍ବ ମାନ୍ୟତାରେ ସେ ରେକର୍ଡ ୫୮୨ ସପ୍ତହ ରହିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button