ସ୍ତ୍ରୀ ଜନ୍ମଦିନରେ ସ୍ୱାମୀଙ୍କ ମୃତ୍ୟୁ ଘଟଣା: ସୁଇସାଇଡ୍ ନୋଟ୍କୁ ନେଇ ସନ୍ଦେହଜନକ ମୃତ୍ୟୁ ରହସ୍ୟ ଜଟିଳ, ସିସିଟିଭିରେ କଏଦ ମହିଳା ଦୁଇ ଜଣ କିଏ ?

ବାଲିକୁଦା,୨୧/୦୭: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଜଗତସିଂହପୁର ଜିଲ୍ଲା ଅଁଳା ପଞ୍ଚାୟତ ଅଁଳା (କବିରପାଟଣା) ଗାଁର ଯୁବ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ରହସ୍ୟ ଜଟିଳ ମୁହାଁ ହୋଇଛି । ପୁଲିସ ହାତରେ ପହଞ୍ଚିଥିବା ସୁଇସାଇଡ୍ ନୋଟ୍କୁ ନେଇ ସସ୍ପେନ୍ ବଢ଼ିଛି । ମିଳିଥିବା ସେହି ସୁଇସାଇଡ୍ ନୋଟରେ ଦୁଇପ୍ରକାର୍ କାଳି ବ୍ୟବହାର ହେବା ଓ ଯିଏ ଆତ୍ମହତ୍ୟା କରୁଛି ସେ ଆଉ ଅଧିକ କିଛି ନଲେଖି ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ମାତ୍ର ଧାଡ଼ି ଏ ଲେଖାରେ ସୀମିତ ରଖିବା ଘଟଣାକୁ ଆହୁରି ରହସ୍ୟମୟ କରୁଛି ।
ତେବେ ଏହି ସୁଇସାଇଡ୍ ନୋଟ୍ଟି ଆଗରୁ ମିଳୁ ନଥିଲା କାହିଁକି ବୋଲି ରଶ୍ମିରଞ୍ଜନଙ୍କ ପରିବାର ଲୋକେ ପ୍ରଶ୍ନ କରି ନିଜ ବୋହୂ ଓ ତାର ସେହି ତଥା ପୁରୁଷ ବନ୍ଧୁଙ୍କର ସବୁ କାଣ୍ଡ ବୋଲି କହି ପୁଅ ମୃତ୍ୟୁ ପଛର ଏମାନେ ହିଁ କାରଣ ବୋଲି ଦାବି କରୁଛନ୍ତି । ସେହିପରି ଦେଖିବାକୁ ଗଲେ ରଶ୍ମିରେଖାଙ୍କ ହାତଧରି କରି ସାତ ଜନ୍ମ ପାଇଁ ସାଥୀ ହେବାର ସଙ୍କଳ୍ପ ନେଇଥିବା ରଶ୍ମିରଞ୍ଜନ ଆତ୍ମହତ୍ୟା କରିଥାନ୍ତୁ ଅବା ତାଙ୍କୁ ହତ୍ୟା କରାଯାଇଥାଉ, ମେଡିକାଲ୍ ବେଡ୍ରେ ରଶ୍ମିରଞ୍ଜନଙ୍କ ମୃତଦେହ ପଡ଼ିଥିବା ବେଳେ ପାଖରେ ରଶ୍ମିରେଖା ନରହିବା ଘଟଣାକୁ ସନ୍ଦେହ ଭିତରକୁ ଟାଣି ନେଉଛି ।
ସେହିପରି ରଶ୍ମିରଞ୍ଜନ କ’ଣ ପୂର୍ବରୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ପତ୍ନୀ ରହୁଥିବା ବାଲେଶ୍ୱରକୁ ତାଙ୍କ ଜନ୍ମ ଦିନରେ ଆତ୍ମହତ୍ୟା କରିବାକୁ ଯାଇଥିଲେ? ଅନ୍ୟ ପକ୍ଷରେ ରଶ୍ମିରେଖାଙ୍କ ଭଡ଼ା ଘରର ସିସି କ୍ୟାମେରା ଯାହା କହୁଛି ଉକ୍ତ ଦିନ ଘଟଣା ଘଟିବା ପରେ ତାଙ୍କର ସେହି ଭଡ଼ା ଘରକୁ ବାଇକ୍ ଓ ସ୍କୁଟିରେ କେତେକ ଆସିଛନ୍ତି । ସେଥିମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି । ତେବେ ସେ ମହିଳା ଦୁଇ ଜଣ କିଏ?
ସୌଜନ୍ୟ ପ୍ରମେୟ




